ସୁବର୍ଣ୍ଣପୁର ଜିଲ୍ଲାରେ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା

0 12

ନଭେମ୍ବର ୧ ରୂ ୩୦ ପର୍ଯ୍ୟନ୍ତ ଭୋଟର ତାଲିକାରେ ସଂକ୍ଷିପ୍ତ ସଂଶୋଧନ

ସୁବର୍ଣ୍ଣପୁର : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ମାଧ୍ୟମରେ ପ୍ରାପ୍ତ ହୋଇଥିବା ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ଦ୍ଦାରିତ ସୂଚୀ ଅନୁସାରେ ଯୋଗ୍ୟ ତା.୦୧ /୦୧ /୨୨ ସୁଦ୍ଧା ୧୮ ବର୍ଷ ବୟସ ରୁ ଉର୍ଦ୍ଧ୍ୱ ସାବାଳକ ନାଗରିକ ମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜିକରଣ / ବାଦ / ସଂଶୋଧନ ସକାଶେ ସୁଯୋଗ ଦେବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା. ୬୪ ବୀରମହାରାଜପୁର,୬୫ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଅଂଚଳରେ ତା.୦୧ /୧୧ /୨୧ ରୁ ତା.୩୦ /୧୧ /୨୧ ପର୍ଯ୍ୟନ୍ତ ଭୋଟର ତାଲିକା ର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏହି ଉପଲକ୍ଷେ ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ଜିଲ୍ଲାସ୍ତରୀୟ ପ୍ରତିନିଧି, ବ୍ୟକ୍ତି ବିଶେଷ, ଏଥିସହ ସମ୍ପୃକ୍ତ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଯାଇଛି l ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ଦ୍ଦାରିତ ସୂଚୀ ଅନୁସାରେ ତା.୦୧ /୦୧ /୨୨ ସୁଦ୍ଧା 18 ବର୍ଷରୁ ଉର୍ଦ୍ଧ୍ୱ ନାଗରିକ ମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜିକରଣ / ବାଦ / ସଂଶୋଧନ / ସ୍ଥାନାନ୍ତରଣ ସକାଶେ ସୁଯୋଗ ଦେବାପାଇଁ ସୁବର୍ଣ୍ଣପୁର ଜିଲ୍ଲା ର ଦୁଇ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା ୬୪ ବୀରମହାରାଜପୁର ଓ ୬୫ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଅଂଚଳରେ ତା.୦୧ /୧୧ /୨୧ ରୁ ୩୦ /୧୧ /୨୧ ପର୍ଯ୍ୟନ୍ତ ଭୋଟର ତାଲିକା ର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ସଭାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଆବୋଲି ସୁନୀଲ ରଣୱାଣେ ଅଧ୍ୟକ୍ଷତା କରିଥିଲେ l ଉପରୋକ୍ତ ସମୟସୀମା ମଧ୍ୟରେ ଭୋଟର ମାନେ ନାମ ପଞ୍ଜିକରଣ / ବାଦ / ସଂଶୋଧନ / ସ୍ଥାନାନ୍ତରଣ ଆଦି କାର୍ଯ୍ୟ ପାଇଁ ନିର୍ଦ୍ଧାରିତ ଫର୍ମ ସଂଖ୍ୟା ୬ .୭ .୮ . ୮ . ( କ ) ଆଦି ଫର୍ମ ରେ ବୁଥ ସ୍ତରୀୟ ଅଧିକାରୀ / ବିଡ଼ିଓ / ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଆବଶ୍ୟକୀୟ କାଗଜାତ ସହ ଆବେଦନ କରିପାରିବେ l online ଆବେଦନ ସକାଶେ ଆଗ୍ରହୀ ଭୋଟର ମାନେ www.ceoorissa.nic.in, www.eci.nic.in ର National Voters Service Portal ଏବଂ National Voters Help Line App ମାଧ୍ୟମରେ ନିର୍ଦ୍ଦାରିତ ଫର୍ମ ରେ ଆବେଦନ କରିପାରିବେ l ତା. ୦୭ /୧୧ /୨୧ (ରବିବାର )ଏବଂ ତା.୨୧ /୧୧ /୨୧ (ରବିବାର ) ଦିନକୁ ସ୍ୱତନ୍ତ୍ର ଅଭିଯାନ ଦିବସ ରୂପେ ପାଳନ କରାଯିବାକୁ ସ୍ଥିର କରାଯାଇଛି l ଭୋଟର ମାନଙ୍କମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସବଡ଼ିଭିଜନ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ତଥା ପ୍ରକଶ୍ୟ ସ୍ଥଳରେ ବେନର, ପୋଷ୍ଟର ଲଗାଯିବା ଏବଂ ଡାକ ବାଜି ଯନ୍ତ୍ର ସାହାର୍ଯ୍ୟରେ ସଚେତନତା କାର୍ଯ୍ୟକ୍ରମ କରାଯିବ l ନୂତନ ଭୋଟର ମାନଙ୍କୁ ଉତ୍ସାହିତ କରିବା ପାଇଁ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା କରାଯିବା ଏବଂ ଜାତୀୟ ମାତଦାତା ଦିବସରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରାଯିବ l ଆସନ୍ତା ତା.୦୫ /୦୧ / ୨୨ ଦିନ ସମସ୍ତ ପୋଲିଙ୍ଗ ବୁଥ / ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଥା ଅନ୍ୟ ନିର୍ଦ୍ଧାରିତ ସ୍ଥାନ ମାନଙ୍କରେ ଭୋଟର ମାନଙ୍କ ଅବଗତି ନିମନ୍ତେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ l ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର (୬୪ ) ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ପୁରୁଷ ଭୋଟର ୧୦୯୭୧୪ , ମହିଳା ଭୋଟର ୧୦୦୪୪୭ , ଥାର୍ଡ଼ ଜେଣ୍ଡରଭୋଟର ୪ ରହିଥିବା ବେଳେ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ପୁରୁଷ ଭୋଟର ୧୩୨୨୨୨ , ମହିଳା ଭୋଟର ୧୨୦୪୦୯ , ଏବଂ ଥାର୍ଡ଼ ଜେଣ୍ଡର୨୦ ରହିଛନ୍ତି l ଜିଲ୍ଲା ର ମୋଟ ପୁରୁଷ ଭୋଟର ୨୪୦୯୩୬ : ରହିଥିବା ବେଳେ ମହିଳା ଭୋଟର ୨୨୦୮୫୬ ଓ ଥାର୍ଡ଼ ଜେଣ୍ଡର ମୋଟ ୨୪ ଜଣ ଉଭୟ ନିର୍ବାଚନ ମଣ୍ଡଳୀ ର ଭୋଟର ସଂଖ୍ୟା ରହିଛନ୍ତି l ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ମୋଟ ଭୋଟର ସଂଖ୍ୟା ୨୧୦୧୬୫ ହୋଇଥିବା ବେଳେ ସୋନପୁର ନିର୍ବାଚନ ମଣ୍ଡଳୀ ର ମୋଟ ଭୋଟର ସଂଖ୍ୟା ୨୫୧୬୫୨ ରହିଛି l ଜିଲ୍ଲା ର ମୋଟ ଭୋଟର ସଂଖ୍ୟା ୪୬୨୮୧୬ ଥିବା ସୂଚନା ଦିଆଯାଇଛି l ଚଳିତ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମୟରେ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବାକୁ ଯୋଗ୍ୟ ଥାଇ ମଧ୍ୟ ନାମ ପଞ୍ଜିକରଣ କରିପାରିନଥିବା ଦିବ୍ୟାଙ୍ଗ ମାନଙ୍କୁ ପଞ୍ଜିକୃତ କରିବା ପାଇଁ ବିଶେଷ ଦୃଷ୍ଟି ଦିଆଯିବ ଏବଂ ତାଙ୍କ ଦ୍ୱାରା ଦାଖଲ ହୋଇଥିବା ଫର୍ମ ନମ୍ବର 6 ର ଡାଟାବେଶ ରେ ସ୍ୱତନ୍ତ୍ର ରୂପେ ଚି଼ହ୍ନଟ କରାଯିବ ଯଦ୍ୱାରା ମତଦାନ ସମୟରେ ତାଙ୍କ ପାଇଁ ନିର୍ବାଚନ ଆୟୋଗ ଙ୍କ ଦ୍ୱାରା ନିର୍ଦ୍ଧାରିତ ବିଶେଷ ବ୍ୟବସ୍ଥା କରାଯାଇ ପାରିବ l ପ୍ରକାଶ ଥାଉ କି ତା.୨୫ /୦୧ /୨୨ ଦିନ ପାଳନ ହେବାକୁ ଥିବା ଜାତୀୟ ମତଦାତା ଦିବସ ୨୦୧୨ ଅବସରରେ ନୂତନରୂପେ ପଞ୍ଜିକୃତ ଯୁବ ମାତଦାତା ଙ୍କୁ ମତଦାତା ପରିଚୟ ପତ୍ର ପ୍ରଦାନ କରାଯାଇ ଉତ୍ସାହିତ କରାଯିବାକୁ ସ୍ଥିର କରାଯାଇଛି l ଏହାର ସଫଳ ରୂପାୟନ ପାଇଁ ଜିଲ୍ଲାପାଳ ଜିଲ୍ଲା ର ସମସ୍ତ ଅଧିବାସୀ, ଗଣମାଧ୍ୟମ ପ୍ରତିନିଧି, ରାଜନୈତିକ ଦଳର ପ୍ରତିନିଧି ବିଶେଷତଃ ଯୁବ ସମାଜ ର ସହଯୋଗ କାମନା କରିଛନ୍ତି l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.