ସୁବର୍ଣ୍ଣପୁର ଜିଲ୍ଲା ରେ ନକଲି ଶିକ୍ଷକ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

0 4

ସୁବର୍ଣ୍ଣପୁର ଜିଲ୍ଲା ରେ ନକଲି ଶିକ୍ଷକ ସମ୍ପର୍କ ରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିସାରିଛନ୍ତି l ଉକ୍ତ ରିପୋର୍ଟ ଆଧାର ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ରେ ଆସିଥିବା ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି l ସ୍ଥାନୀୟ ସର୍କିଟ ହାଉସରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀ ରେ ମନ୍ତ୍ରୀ ଶ୍ରୀଯୁକ୍ତ ଦାସ କହିଛନ୍ତି ଯେ, ରାଜ୍ୟରେ କରୋନା ସଂକ୍ରମଣ ହ୍ରାସକୁ ଦୃଷ୍ଟିରେ ରଖି ସରକାର ଅଷ୍ଟମ ରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ରେ ଶ୍ରେଣୀ ଗୃହ ରେ ପାଠ ପଢ଼ା ଆରମ୍ଭ କରିସାରିଛନ୍ତି l ଏଥିପାଇଁ ଜାରିହୋଇଥିବା ମାର୍ଗ ଦର୍ଶିକା ( SOP ) କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ଚଳିତ ମାସ ୧୫ ତାରିଖ ରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ର ଛାତ୍ର ଛାତ୍ରୀ ଙ୍କ ଶ୍ରେଣୀ ଗୃହ ରେ ପାଠ ପଢ଼ା ହେବାକୁ ଥିବାରୁ ସେମାନଙ୍କ ପାଇଁ ମଧ୍ୟ ପୂର୍ବରୁ ଜାରି ହୋଇଥିବା ମାର୍ଗ ଦର୍ଶିକା କଡା କଡ଼ି ପାଳନ କରାଯିବ l ଏହା ସହ ଆଉ କିଛି ନୂତନ କଟକଣା ମଧ୍ୟ ବିଭାଗ ପକ୍ଷରୁ ଜାରି କରାଯିବାର ପ୍ରସ୍ତାବ ରହିଛି l ଏଥିପାଇଁ ଆସନ୍ତା ୧୨ ତାରିଖ ରେ ରାଜ୍ୟର ସମସ୍ତ ବିଭଗୀୟ ଅଧିକାରୀ ଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି l ଏହି ବୈଠକ ରେ ଏ ସମ୍ପର୍କ ରେ ବିସ୍ତୃତ ଆଲୋଚନା କରାଯାଇ ଚୁଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଥିଲେ l ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ବିଦ୍ୟାଳୟ ପାଠ ପଢ଼ା ସମ୍ପର୍କ ରେ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇ ନଥିବା ମନ୍ତ୍ରୀ ସୂଚନା ଦେଇଥିଲେ l ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରାବାସ ଅନେକ ସ୍ଥାନରେ ଅସମ୍ପୂର୍ଣ୍ଣ ରହିଛି l କିଛି ସ୍ଥାନରେ ନିର୍ମାଣ ସମ୍ପୂର୍ଣ୍ଣ ପରେ ମଧ୍ୟ ନିର୍ମାଣକାରୀ ସଂସ୍ଥା ବିଭାଗକୁ ହସ୍ତାନ୍ତର କରିନାହାନ୍ତି l ଏ ସମ୍ପର୍କ ରେ ମଧ୍ୟ ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବୈଠକ ରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.