ସୁବର୍ଣ୍ଣପୁର ଜିଲ୍ଲା ର ୧୧ ଗୋଟି ହାଇସ୍କୁଲ ରାଜ୍ୟ ର ଫାଇଭ ଟି ଉପକ୍ରମରେ ହାଇସ୍କୁଲ ରୂପାନ୍ତରଣ

0 14
                                                                                                                                                                                                         ରାଜ୍ୟ ର ଫାଇଭ ଟି ଉପକ୍ରମରେ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମକୁ ଭର୍ଚୁଆଲି ମାଧ୍ୟମରେ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି କୋଶଳେଶ୍ୱର  ହାଇସ୍କୁଲଠାରେ   ଲୋକାର୍ପଣ  କରିଛନ୍ତି    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଏହି କ୍ରମରେ ଜିଲ୍ଲାରେ  ପ୍ରଥମ ପର୍ଯ୍ୟାୟରେ ୧୧   ଗୋଟି ହାଇସ୍କୁଲର ରୂପନ୍ତରଣ କାର୍ଯ୍ୟକ୍ରମକୁ ଭର୍ଚୁଆଲି ମାଧ୍ୟମରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ଅର୍ଥ ଓ ଅବକାରୀ ମନ୍ତୀ ନିରଞ୍ଜନ ପୂଜାରୀ,ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା,ଜିଲ୍ଲାପାଳ ଅବୋଲି ସୁନୀଲ ନରୱନେ   ଯୋଗଦେଇଥିଲେ  । ଏହି ସ୍କୁଲ ଗୁଡିକରେ ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ସାଇନ୍ସ ଲାଵ,  ସହ ଉନ୍ନତ ମାନର ଶୈକ୍ଷିକ ବାତାବରଣ ସୃଷ୍ଟି କରାଯାଇଛି। ଏହା  ରୂପନ୍ତରଣ କାର୍ଯ୍ୟ ହେବା ଦ୍ୱାରା ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କର ବିକାଶରେ ବୈପ୍ଳବିକ ପରିବର୍ତ୍ତନ ଆସିପାରିବ ବୋଲି ଉପସ୍ଥିତ ଅଥିତିମାନେ କହିଛନ୍ତି  ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.