ସୁବର୍ଣ୍ଣପୁର ଜିଲ୍ଲା ସଦର ବନଖଣ୍ଡ ପକ୍ଷରୁ ଚଢାଉ
ପିକଅପ ଭେନ ସହିତ ମୂଲ୍ୟବାନ ୮୧ ଖଣ୍ଡ ଶାଳ କାଠ ଜବତ
ସୁବର୍ଣ୍ଣପୁର : ରେଂଜର ମନୋରଂଜନ ବାଘାଙ୍କ ନେତୃତ୍ବରେ ବନ କର୍ମଚାରୀମାନେ ସହରର ପଟାଭାଡି କେନ୍ଦ୍ରିୟ ନର୍ସରୀ ପାଖରେ ଚଢାଉ କରିଥିଲେ ।ବରଗଡ ଜିଲ୍ଲା ବାଦିପାଲି ଗାଁର ଉପେନ୍ଦ୍ର ମେହେର ଓ ବିନିକା ବ୍ଳକ ଭଣ୍ଡାର ଗାଁର ରଘୁନାଥ ବଢେଇ ଏହି ମୂଲ୍ୟବାନ କାଠ ଚୋରା ଚାଲାଣ କରୁଥିବା ସମୟରେ ଏହି ଚଢାଉ କରାଯାଇଥିଲା ।ବନ ବିଭାଗ କାଠ ବୋଝେଇ ସହିତ ଉଭୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ।ତେବେ ଏହି କାଠ କେଉଁଠୁ ଆସୁଥିଲା ଓ ତଥା କୁଆଡେ ଯାଇଥାନ୍ତା ଏ ସଂପର୍କରେ ଅଭିଯୁକ୍ତମାନଙ୍କୁ ବନ କର୍ମଚାରୀମାନେ ପଚରାଉଟୁରା କରୁଛନ୍ତି ।ତେବେ ଗତ ଜାନୁଆରୀ ମାସରୁ କାଠ ଚୋରୀ ସଂପର୍କରେ କେବଳ ଏହି ଗୋଟିଏ କେଶ କରାଯାଇ ପାରିଛି ।ସଦର ରେଂଜରେ ଅନେକ ମୂଲ୍ୟବାନ କାଠ ଚୋରୀ ହେଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ବି ବନ କର୍ମଚାରୀଙ୍କ ନୀରବତା ନେଇ ସାଧାରଣରେ ପ୍ରଶ୍ନ ହେଉଥିଲା ।ତେବେ ରେଂଜ କର୍ମଚାରୀ ଏହି ଚୋରୀ ସଂପର୍କରେ ଏକ ମାମଲା ରୁଜୁ କରି ଅଧିକ ଅନୁସଂଧାନ କରୁଛନ୍ତି ।
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )