ସୁବର୍ଣ୍ଣପୁର ଜିଲ୍ଲା ସମନ୍ୱୟ ଓ ତଦାରଖ କମିଟି ବୈଠକ

0 4

ସୁବର୍ଣ୍ଣପୁର ଜିଲ୍ଲା ସମନ୍ୱୟ ଓ ତଦାରଖ କମିଟି (ଦିଶା) ବୈଠକ କମିଟି ଅଧ୍ୟକ୍ଷା ତଥା ବଲାଙ୍ଗୀର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାକିଲିଟାରି ସଭାକକ୍ଷ ରେ ଅନୁଷ୍ଠିତ ବୈଠକରେ ମାନ୍ୟବର ଜିଲ୍ଳା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଉଷା କୁମାରୀ,ଜିଲ୍ଲାପାଳ ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ, ତିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ l ଶ୍ରୀ ଡୋଳାମଣି ପଟେଲ, ଉପଜିଲ୍ଲାପାଳ ବୀରମହାରାଜପୁର ଶ୍ରୀ ଅଶୋକ କୁମାର ଭୋଇ, ବିଭିନ୍ନ ବ୍ଲକ୍‌ର ଅଧ୍ୟକ୍ଷ/ଅଧ୍ୟକ୍ଷା, ଜିଲାସ୍ତରୀୟ ଅଧିକାରୀ, ଦିଶା କମିଟି ସଦସ୍ୟ ସଦସ୍ୟା ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ଜିଲାପାଳ ଶ୍ରୀମତୀ ନରୱଣେ ସ୍ବାଗତ ବକ୍ତବ୍ୟ ରଖି ଜିଲାରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନ ପ୍ରକଳ୍ପର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ । ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ଦିଗରେ ସମସ୍ତ ବିଭାଗ ଓ ଅଧିକାରୀଙ୍କ ମଧ୍ୟରେ ଉପଯୁକ୍ତ ସମନ୍ଵୟ ରଖି ଯୋଜନା କାର୍ଯ୍ୟକାରୀ କରାଯିବାକୁ ଏମପି ଶ୍ରୀମତୀ ସିଂଦେଓ ଗୁରୁତ୍ବାରୋପ କରିଥିଲେ। ସାଂସଦ ପାଣ୍ଠି ଦ୍ୱାରା ନିଆଯାଇଥିବା ପ୍ରକଳ୍ପ ତଥା ହାତକୁ ନେବାକୁ ଥିବା ପ୍ରକଳ୍ପ ଗୁଡିକର ଅଗ୍ରଗତି ଓ କାର୍ଯ୍ୟକାରିତା କୁ ଯଥା ଶୀଘ୍ର ସମାପନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି l ଏଥିସହ କେନ୍ଦ୍ରୀୟ ଯୋଜନାରେ ଆବଣ୍ଟିତ ପାଣ୍ଠି ଜରିଆରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକର ସଠିକ୍ କାର୍ଯ୍ୟକାରିତା ଓ ଉପଯୁକ୍ତ ପାଣ୍ଠି ବିନିଯୋଗ ଉପରେ ସେ ଗୁରୁତ୍ବାରୋପ କରିବା ସହ ଧାର୍ଯ୍ୟ ସମୟ ମଧ୍ୟରେ ସମାପନ କରିବାକୁ ପରାମର୍ଶ ଦେଇଛନ୍ତି । ବୈଠକରେ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହେଉଥିବା ରାସ୍ତା ଓ ପୋଲ ନିର୍ମାଣ ଉପରେ ସମୀକ୍ଷା କରାଯାଇ କାର୍ଯ୍ୟ ର ଗୁଣାତ୍ମକ ମାନ ଉପରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ଗୁରୁତ୍ୱାରୋପ କରିଛନ୍ତି ।ବୈଠକରେ ଜଙ୍ଗଲ ବିଭାଗ,ପୂର୍ତ୍ତ ବିଭାଗ ର କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, କ୍ଷୁଦ୍ର ଜଳସେଚନ, ମେଗା ଲିଫ୍ଟ, ଜାତୀୟ ମଙ୍ଗଳ ଯୋଜନା, ସମଗ୍ର ଶିକ୍ଷା ଅଭିଯାନ ର କାର୍ଯ୍ୟକାରିତା, ଖଣି ବିଭାଗ,ଜାତୀୟ ସାମାଜିକ ସହାୟତା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ ଓ ସହରାଞ୍ଚଳ), ନିର୍ମାଣ ଶ୍ରମିକ ଯୋଜନା, ଜାତୀୟ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯୋଜନା ଓ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା , ସ୍ବଚ୍ଛ ଭାରତ ମିଶନ, ଜାତୀୟ ଉଦ୍ୟାନ ମିଶନ, ତଥା ଅନ୍ୟାନ୍ୟ ଯୋଜନା ଉପର ସମୀକ୍ଷା ହୋଇଥିଲା। ଶେଷରେ ଡିଆରଡିଏ ପିଡି ଡୋଳାମଣି ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.