ସୁବର୍ଣ୍ଣପୁର ଟାଉନ ହଲ ପରିସରରେ କୁଢ଼ କୁଢ଼ ପ୍ଲାଷ୍ଟିକ

0 5

ଦୀର୍ଘ ୪ ବର୍ଷ ହେଲା ସୁବର୍ଣ୍ଣପୁର ପୌରାଞ୍ଚଳକୁପ୍ଲାଷ୍ଟିକ ମୁକ୍ତ ଜୋନ୍ ଭାବେ ଘୋଷଣା କରାଯାଇ ସାରିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ସେହି ନିଷ୍ପତ୍ତିକେବଳ କାଗଜ କଲମରେ ରହିଯାଇଥିବା ସହରବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ ଯେ , ବର୍ଜ୍ୟବସ୍ତୁ ପରିଚାଳନା ନିୟମ ୨୦୧୬ ଅନୁଯାୟୀ ପୌରାଞ୍ଚଳରେ ଥିବା ସମସ୍ତ ଅଞ୍ଚଳକୁଗତ ୨୯.୪.୧୭ ରୁପ୍ଲାଷ୍ଟିକ ମୁକ୍ତ ଜୋନ୍ ଭାବରେ ଘୋଷଣା କରାଯାଇଛି। ଏପରିକି ସେହି ଦିନ ଠାରୁ ନିୟମ ଖିଲାପକାରୀ ତଥା ପଲିଥିନ ବ୍ୟବହାରକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କିନ୍ତୁ ପୌର ପରିଷଦର ଏହି ନିଷ୍ପତ୍ତି ତା’ ବାଟରେ ଗଡ଼ୁ ଥିବା ଦେଖାଯାଇଛି। ଖୋଦ ପୌର ପରିଷଦ କାର୍ଯ୍ୟାଳୟ ଆଗରେ ଥିବା ଟାଉନହଲ୍ ପରିସରରେ ଦିନଦିନ ଧରି ଅଳିଆ ଆବର୍ଜନା ପଡ଼ି ରହୁଥିଲେ ସୁଦ୍ଧା ବିଭାଗୀୟ କତ୍ତୃପକ୍ଷ ନଦେଖିଲା ପରି ଚୁପ୍ ରହୁଥିବାରୁ ସହରବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି। ଏପରିକି ସମ୍ପୃକ୍ତ ଅଞ୍ଚଳରେ ଏକ ଅସ୍ୱାସ୍ଥକର ପରିବେଶ ସୃଷ୍ଟି ହୋଇ ନିକଟ ଗାନ୍ଧିପଡ଼ିଆରେ ବସୁଥିବା ଦୋକାନୀ ତଥା ଗ୍ରାହକଙ୍କ ମଧ୍ୟରେ ବି ଅସନ୍ତୋଷ ପ୍ରକାଶ ପାଉଛି। କିଛି ବର୍ଷ ହେଲା ପୌର ପରିଷଦ ସହରର ବର୍ଜ୍ୟବସ୍ତୁପରିଚାଳନା ସହ ସଫେଇ କରଣ କାର୍ଯ୍ୟକୁଘରୋଇ କରଣ କରି ମାସକୁପ୍ରାୟ ପ୍ରାୟ ୧୮ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଏହାକୁପରିଚାଳନା କରୁଥିବା ସଂସ୍ଥାର ମନମଖି କାର୍ଯ୍ୟ ଯୋଗୁଁ ସହରର ଅଧିକାଂଶ ସ୍ଥାନରେ ଅଳିଆ ଆବର୍ଜନା ଦିନଦିନ ଧରି ପଡ଼ି ରହୁଥିବା ବେଳେ ଅନେକ ସମୟରେ ରାସ୍ତାକଡରେ ପଡ଼ିଥିବା ଜରି, ପ୍ଲାଷ୍ଟିକ ଆଦି ପୋଡି ବର୍ଯ୍ୟବସ୍ତୁପରିଚାଳନା ଆଇନର ଘୋର ଉଲଘଂନ କରୁଥିବା ଦେଖାଯାଇଛି। ଗତ କିଛି ମାସ ତଳେ ଏହି ଟାଉନହଲ ପରିସରରେ ଅଳିଆ ପୋଡାଯିବାକୁନେଇ ଜଣେ ସାମାଜିକ କର୍ମୀ ବିଭାଗୀୟ ଉଚ୍ଚ କତ୍ତୃପକ୍ଷଙ୍କୁ ଟ୍ୱିଟ୍ କରିବା ପରେ ତୁରନ୍ତ ତାକୁ ଅଭିଯୋଗ ଭାବରେ ଗ୍ରହଣ କରାଯାଇଥିଲା। କିନ୍ତୁ ପରିବର୍ତ୍ତି ଦିନ ହଠାତ ସେହି ସ୍ଥାନରୁପୋଡା ଅଳିଆ ସବୁକୁସମ୍ପୂର୍ଣ୍ଣ ସଫା କରି ଫଟୋ ଉଠାଇ ବିଭାଗ ପୁଣି ଟ୍ୱିଟ କରି ନିଜର ପାରିବା ପଣିଆକୁ ବାହାରେ ଦେଖାଇଥିଲେ। କିନ୍ତୁ ସେହି ଦିନ ଠାରୁପୁଣି ସେହି ସବୁ ସ୍ଥାନରେ ଦିନଦିନ ଧରି ଅଳିଆ ଆବର୍ଜନା ପଡ଼ି ରହୁଥିବା ଦେଖାଯାଇଛି। ପୌର ପ୍ରଶାସନ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟିଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁସହରବାସୀ ଦାବି କରିଛନ୍ତି l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.