ସୁବର୍ଣ୍ଣପୁର ଠାରେଶିଶୁ ପତ୍ରିକା ପୁଲକ ଲୋକାର୍ପିତ

0 4

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁଙ୍କ ଜନ୍ମଦିନ ତଥା ଶିଶୁ ଦିବସରେ ସୁବର୍ଣ୍ଣପୁରଠାରେ ଏକ ତ୍ରୈମାସିକ ଶିଶୁ ପତ୍ରିକା ଲୋକାର୍ପିତ ହୋଇଯାଇଛି । ସାମାଜିକ କର୍ମୀ ତଥା ସ୍ତମ୍ଭକାର ରାଜୀବ କୁମାର ନାୟକଙ୍କ ସଂପାଦନାରେ ପ୍ରକାଶିତ “ପୁଲକ” ଶିଶୁ ପତ୍ରିକା ଉନ୍ମୋଚନ ଉତ୍ସବରେ ଚାଚା ନେହେରୁଙ୍କୁ ଶ୍ରଦ୍ଧାଞଳି ଦିଆଯାଇଥିଲା । ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ପରିସରରେ ଆୟୋଜିତ ଉତ୍ସବରେ ଶିଶୁଗୃହର ଅନ୍ତେବାସୀ କୁମାରୀ ରିସିନା ପଲିଆ,ଆଇନଜୀବି ଗୌରୀଶ୍ୟାମ ପଣ୍ଡା,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ପ୍ରମୁଖ ଅତିଥିଭାବେ ଯୋଗଦେଇ ଶିଶୁମାନଙ୍କର ଶୈକ୍ଷିକ ଓ ବୌଦ୍ଧିକ ବିକାଶ ସହ ସୃଜନଶୀଳତାରେ ପୁଲକ ପତ୍ରିକାଟି ସହାୟକ ହୋଇପାରିବ ବୋଲି କହିଥିଲେ । ପତ୍ରିକା ଉନ୍ମୋଚନ ଉତ୍ସବରେ ଗାଳ୍ପିକ ଅବକାଶ ପଧାନ,କବି ସୁରଥ କୁମାର ମିଶ୍ର,ଅଦୈତ ପ୍ରସାଦ ପଣ୍ଡା,ଓଁକାର ପଧାନ,ଅମ୍ବୁଜ ବିହାରୀ ଶତପଥୀ,ଶିକ୍ଷାବିତ୍ ରମେଶ ପ୍ରସାଦ ନାୟକ,ଡ.ସୌରଭରଂଜନ ଖମାରୀ,ଓମ୍ ପ୍ରଣବ ନାୟକ,ଅଧ୍ୟାପକ ସଂଜୀବ ନାୟକ ଓ ଶୁଭେନ୍ଦ୍ର ପ୍ରସାଦ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ ।ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.