ସୁବର୍ଣ୍ଣପୁର ଠାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

0 11

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଜାତିର ଜନକ ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳନ ହୋଇଯାଇଛି। ଏ ଉପଲକ୍ଷେ ସକାଳ ବଡିଭୋରରୁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସହରରେ ରାମଧୁନ୍ ପରିବେଷଣ କରା ଯାଇଥିବା ବେଳେ ସକାଳୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଥିବା ମହାତ୍ମାଗାନ୍ଧୀ ଙ୍କ ଷ୍ଟାଚ୍ୟୁ ରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ,ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ,ନିଶି ପୁନମ୍ ମିଞ୍ଜ,ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ, ଉପଜିଲ୍ଲାପାଳ ନିହାର ରଞ୍ଜନ କହଁର,ପିଡିଡିଆରଡିଏ ଡୋଳାମଣୀ ପଟେଲ,ଜିଲ୍ଲା ସଂସ୍କୃତି ଅଧିକାରୀ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ ପରେ ଏକ ସର୍ବଧର୍ମ ପ୍ରାର୍ଥନା ରେ ଯୋଗଦେଇ ଥିଲେ।କୋଭିଡ଼ କଟକଣା କୁ ଅନୁପାଳନ ପୂର୍ବକ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ଧନ୍ୟବାଦ ପ୍ରଦାନ କରିଥିଲେଏ ସମସ୍ତ କାର୍ଯ୍ୟକ୍ରମ ରେ ହାଇସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସମେତ ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.