ସୁବର୍ଣ୍ଣପୁର ମୁଖ୍ୟ ଚିକତ୍ସାଲୟ ରୁ ଅଭିନଵ ଢଙ୍ଗ ରେ ନବଜାତ ଶିଶୁ କନ୍ୟା ଚୋରି
ସି ସି ଟି ଭି ଫୁଟେଜ ଆଧାର ରେ ପୋଲିସ ର ଅନୁସନ୍ଧାନ ଜାରି
ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡରୁ ନବଜାତ ଶିଶୁ କନ୍ୟା ଟିଏ ଚୋରୀ ହୋଇଥିବା ଥାନା ରେ ଅଭିିଯୋଗ ହୋଇଛି । ବୀରମହାରାଜପୁର ଉପଖଣ୍ଡ ର ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡି ନିଜ ପତ୍ନୀ ସଂତୋଷିନୀଙ୍କୁ ପ୍ରସୂତି ବିଭାଗରେ ଚିକିତ୍ସା ଆରମ୍ଭ କରାଇଥିଲେ l ଏବଂସକାଳ ୯ ଟା ୧୫ ମିନିଟରେ ସନ୍ତୋଷିନୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ।ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଶଯ୍ୟା ଅଭାବରୁ ମା ଓ ଶିଶୁ ଉଭୟେ ପ୍ରସୂତି ୱାର୍ଡର ବାରଣ୍ଡାରେ ଆଶ୍ରୟ ନେଇ ଚିକିତ୍ସିତ ହେଉଥିଲେ । ସନ୍ତୋଷିନୀଙ୍କ ସହିତ ତାଙ୍କ ଶାଶୁ ମଧ୍ୟ ସହାୟକ ଭାବେ ରହିଥିଲେ । ସନ୍ତୋଷିନୀ ଶୌଚ ପାଇଁ ଯିବା ସମୟରେ ତାଙ୍କ ଶାଶୁ ଶିଶୁ କନ୍ୟାଟିକୁ ଧରିଥିବା ଅବସ୍ଥା ରେ ଜଣେ ମହିଳା ତାଙ୍କ ପାଖକୁ ଆସି କୌଶଳ କ୍ରମେ କନ୍ୟାସନ୍ତାନ ଟିକୁ ଟୀକା ଦେବାକୁ ନେବା ପାଈଁ କହି ପୂର୍ବରୁ ମେଡିକାଲ କ୍ୟାମ୍ପସ ବାହାରେ ପ୍ରସ୍ତୁତ ଥିବା ଜଣେ ବାଇକ ଆରୋହୀ ଙ୍କ ସହିତ ମାଷ୍ଟର ମାଇଣ୍ଡ ମହିଳା ଚୋର ଚମ୍ପଟ ହୋଇଥିବା ସନ୍ଧୟ ହେଉଛି l ପ୍ରକାଶ ଯେ ଗତ କାଲି ମଧ୍ୟ ସେଇ ମହିଳା ଜଣକ ମେଡିକାଲ ଆସି ଏ ଛୁଆ କୁ ଟୀକାଦେବା ବାହାନା ରେ ନେଇ ପୁଣି ଦାଇତ୍ୱ ର ସହ ଫେରାଇ ଦେଇଥିଲା l ଯାହାକି ମାଷ୍ଟର ମାଇଣ୍ଡ ମହିଳା ଏଭଳି ଅଭିନବ ଉପାୟ ରେ ପୂର୍ବ ଦିନ ରୁ ଏକ ଯୋଜନା ପ୍ରସ୍ତୁତି ଓ ଅଭ୍ୟାସ କରିଥିଲା l ଏ ନେଇ ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ପାଖରେ ମୌଖିକ ଓ ଥାନା ରେ ଲିଖିତ ଅଭିଯୋଗ ହୋଇଛି । ଏହି ଶିଶୁ ଚୋରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଥମ ଘଟଣା ହୋଇଥିବା ବେଳେ ଶିଶୁ କନ୍ୟାର ଖୋଜ ଖବର ପାଇଁ ଚିକିତ୍ସାଳୟ କର୍ତ୍ତୃପକ୍ଷ ସଦର ଟାଉନ ଥାନାରେ ରିପୋର୍ଟ କରିଥିବା ଜଣା ପଡିଛି l ସୋନପୁର ପୋଲିସ IIC ଓ ମେଡିକାଲ କର୍ତ୍ତୃପକ୍ଷ ଏବେ ସି ସି ଟି ଭି ଫୁଟେଜ ଆଧାର ରେ ଖୁବ ଗୁରୁତର ସହ ଏଘଟଣା ର ଅନୁସନ୍ଧାନ ଜାରି ରଖିଥିବା ଜଣା ଯାଇଛି l ଦିନ କୁ ଦିନ ସୁବର୍ଣ୍ଣପୁର ସହର ରେ ଚୋରି ଲୁଟ ମାର ପୁଣି ବିଭିନ୍ନ ମନ୍ଦିର ରୁ ଯାହାକି ସ୍ୱୟଂ ସୁବର୍ଣ୍ଣପୁର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀ ଓ ଅଧିଷ୍ଠାତା ଦେବ ସୁବର୍ଣ୍ଣମେରୁ ମହାପ୍ରଭୁ ଙ୍କ ଘରୁ ଚୋରି ହେବା ଘଟଣା ଏବଂ ଆଜି ପୁଣି ମେଡିକାଲ ରୁ ପିଲା ଚୋରି ଭଳି ଏଭଳି ସମ୍ବେଦନଶୀଳ ଘଟଣା କୁ ସହର ବାସୀ ପୋଲିସ ପ୍ରଶାସନ କୁ ସମାଲୋଚନା କରିଛନ୍ତି l ଏବଂ ରୋଗୀ ଓ କର୍ମଚାରୀ ଙ୍କୁ ୨୪ ଘଣ୍ଟl ସୁରକ୍ଷା ଦେଉଥିବା ପୋଲିସ ଫାଣ୍ଡି କୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ ହଠାତ ଉଠା ଯିବା ର କାରଣ କଣ ବୋଲି ଲୋକେ ପ୍ରଶ୍ନ କରିଛନ୍ତି l ଯେହେତୁ ମେଡିକାଲ ୱାର୍ଡ ର ବାହାରେ ଏ ଘଟଣା ଘଟିଛି ସିସିଟିଭି ଫୁଟେଜ ନେଇ ଏ ଘଟଣା ର ଅନୁସନ୍ଧାନ ଚାଲିଛି ଓ ଖୁବ ଶୀଘ୍ର ପିଲା କୁ ଉଦ୍ଧାର କରାଯିବ ବୋଲି ଏସପି ଶ୍ରୀ ସୀତାରାମ ଶତପଥି ଓ ସିଡିଏମ ପ୍ରଦୀପ ଗୁରୁ ମିଡ଼ିଆ ଙ୍କୁ ପ୍ରକାଶ କରିଛନ୍ତି l
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )