ସୁବର୍ଣ୍ଣପୁର ରେ ଆଇନ ସଚେତନତା ରାଲି ଅନୁଷ୍ଠିତ

0 20

ସୁବର୍ଣ୍ଣପୁର : ନାଳସାର ଆଦେଶ କ୍ରମେ ତଥା ଜିଲ୍ଲା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ଅରୁଣ କୁମାର ମଲ୍ଲିକ ଙ୍କ ନିର୍ଦେଶ କ୍ରମେ ଏକ ଆଇନ ସଚେତନତା ରାଲିସୁବର୍ଣ୍ଣପୁର ଜିଲ୍ଲା କୋର୍ଟ ଠାରୁ ଆରମ୍ଭ ହୋଇଯାଇଛି l ଆଜାଦି କା ଅମୃତ ମହୋତ୍ସବ ର ଏକ କାର୍ଯ୍ୟକ୍ରମ ଭାବରେ ଉକ୍ତ ରାଲି ଅନୁଷ୍ଠିତ ହୋଇଯାଇଛି l ଉକ୍ତ ରାଲିରେ ସମସ୍ତ ଜୁଡ଼ିସିଆଲ ଅଧିକାରୀ, ପ୍ଲବ, ପାନେଲ ଲୟର ତଥା ସାଧାରଣ ଜନତା ଅଂଶଗ୍ରହଣ କରିଥିଲେ l ଜାତୀୟ ପିତା ମହାତ୍ମାଗାନ୍ଧୀ ଙ୍କ ଜନ୍ମ ତିଥିରେ ଅହିଂସା ପରମ ଧର୍ମ କୁ ସାଥିରେ ନେଇ କିଭଳି ଗରିବ ଶ୍ରେଣୀ ର ଲୋକଙ୍କୁ ବିନା ମୂଲ୍ୟ ରେ ଆଇନ ସହାୟତା ମିଳିବ, ସେହି ପରିପ୍ରେକ୍ଷୀରେ ପ୍ଲା କାର୍ଡ ପ୍ରଦର୍ଶିତ କରାଯାଇଥିଲା l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.