ସୁବର୍ଣ୍ଣପୁର ରେ କଂଗ୍ରେସ ଓ ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ଙ୍କ ମରଣାନ୍ତକ ଆକ୍ରମଣ ଅଭିଯୋଗ

0 8

ସୁବର୍ଣ୍ଣପୁର : ସୁବର୍ଣ୍ଣପୁରରେ କଂଗ୍ରେସ ଓ ବିଜେପି କର୍ମୀ ଙ୍କ ଉପରେ ବିଜେଡି କର୍ମୀ ମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି l ବିନିକା ଥାନା ଉଲ୍ଲେର କଂଗ୍ରେସ କର୍ମୀ ଟିଟୁ ହୋତା ଏବଂ ଗଣେଶପୁର ଗ୍ରାମର ପ୍ରଶାନ୍ତ ପଣ୍ଡା ସ୍ଥାନୀୟ ସମଲେଇ ମନ୍ଦିର ନିକଟ ଏକ ଚା ଦୋକାନ ରେ ବସି ଚା ପିଉଥିଲେ l ଏହି ସମୟରେ ବିଜେଡିର କିଛି ସମର୍ଥକ ପହଂଚି ଟିଟୁ ଓ ପ୍ରଶାନ୍ତ ଙ୍କୁ ଲୁହାରଡ଼ ଏବଂ ଠେଙ୍ଗାରେ ଆକ୍ରମଣ କରିଥିବା ସୋନପୁର ଥାନାରେ ଅଭିଯୋଗ ହୋଇଛି l ଆକ୍ରମଣ ଫଳରେ ଏମାନଙ୍କ ଆଖି, ପିଠି ଏବଂ ମୁଣ୍ଡରେ ଗଭୀର ଆଘାତ ହେବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା l ଏପରିକି ତାଙ୍କ ମୋଟରସାଇକେଲ କୁ ଭଙ୍ଗା ରୁଜା କରି ମୋବାଇଲ ଫୋନ ଟି ମଧ୍ୟ ଛଡାଇ ନେଇଥିବା ଗୁରୁତର କଂଗ୍ରେସ କର୍ମୀ ଦ୍ବୟ ଅଭିଯୋଗ କରିଛନ୍ତି l ସୋନପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି l ସେହିପରି ବିଜେପି ନଗର ସଭାପତି ଜଗଜ୍ୟୋତି ତ୍ରିପାଠୀ ଙ୍କୁ ମଧ୍ୟ ବିଜେଡି କର୍ମୀ ମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି l ସୋନପୁର ଟାଉନହଲ ଠାରେ ଗତକାଲି ବିଏସକେୱାଇ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ ର ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ମନ୍ତ୍ରୀ ସୁଶାନ୍ତ ସିଂ, ନିରଞ୍ଜନ ପୁଝାରୀ ଏବଂ ପଦ୍ମନାଭ ବେହେରା ଯୋଗଦେଇଥିଲେ l ରାଜ୍ୟରେ ଆଇନଶୃଙ୍ଖଳା ଅବନତି କୁ ନେଇ ଗଣତାନ୍ତ୍ରିକ ପଦ୍ଧତିରେ ବିଜେପି ନଗର ସଭାପତି ଜଗଜ୍ୟୋତି ତ୍ରିପାଠୀ ସ୍ଥାନୀୟ ବଡବଜାର ସ୍କୁଲ ନିକଟରେ ପ୍ରତିବାଦ କରୁଥିଲେ l ଏହି ସମୟରେ ୧୫ ରୁ ୨୦ ଜଣ ବିଜେଡି କର୍ମୀ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିବା ଜଗଜ୍ୟୋତି ସୋନପୁର ଥାନାରେ ଅଭିଯୋଗ କରିଛନ୍ତି l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.