ସୁବର୍ଣ୍ଣପୁର ରେ କରମ ସାନି ପୂଜା

0 31

ପ୍ରକୃତି ପୂଜା, ମାଟି ମାଁ ସହିତ ବୃକ୍ଷ ଉପାସନା ।କେଉଁ ଆବହାମାନ କାଳରୁ ପଶ୍ଚିମ ଓଡିଶାର ଆଦିବାସି ସଂମ୍ପ୍ରଦାୟର ଲୋକେ ପାଳନ କରୁଛନ୍ତି ମାଁ କରମସାନି ପୂଜାରେ ।କୃଷି ଭିତିକ ଏହି ପର୍ବ ପାଳନ କଲେ ବର୍ଷର ଫସଲ ଭଲ ହେବା ସହ ଧନ, ଜନ , ଗୋପ ଲକ୍ଷ୍ମୀ ଚର୍ତୁବର୍ଗ ପ୍ରାପ୍ତି ହେବାର ବିଶ୍ୱାସ ରହିଛି ।ଏଥିପାଇଁ ଭାଦ୍ରବ ମାସରେ ଆଦିବାସୀ ସଂସ୍କୃତିର ଏହି ମହାନ ପର୍ବ ସୁବର୍ଣ୍ଣପୁର ଜିଲ୍ଲାର ପଡା ପଡାରେ ପାଳିତ ହୁଏ । ମାଁ କରମସାନି, ଅପୁତ୍ରିକ କେ ପୁତ୍ର ଦାନୀ ଭାଦ୍ରବ ମାସ ଏକାଦଶୀ ତିଥିରେ ସୁବର୍ଣ୍ଣପୁର ଜିଲ୍ଲାର ପ୍ରତିଟି ଆଦିବାସୀ ପଡାରେ ଶୁଭେ ଏହି ଗୀତ ।ଭାଦ୍ରବ ଶୁକ୍ଳ ପଂଚମୀ ତିଥିରୁ ଆରମ୍ଭ ହେଉଥିବା ଏହି ପର୍ବ ଶୁକ୍ଳ ଦ୍ୱାଦଶ ତିଥିରେ ନଗର ପରିକ୍ରମା ପରେ ପୂର୍ଣ୍ଣାହୁତି ହୁଏ ।ନଦୀରୁ ବାଲି ଆଣି ସାତ ପ୍ରକାର ଶସ୍ୟକୁ ସାତ ଦିନ ଆଗରୁ ଗଜା କରି ଜଙ୍ଗଲରୁ କରମା ଡାଳକୁ ବରଣ କରି ପ୍ରତିଷ୍ଠା କରାଯାଏ ପୂଜା ମଣ୍ଡପରେ ।ଏକାଦଶୀ ତିଥି ରାତ୍ରୀରେ ସାତ ଭଉଣୀ ମାଇ ମୁଜୁଲିକୁ ଆଣି ମଡୁଆ ତଳେ ରଖି ସାତ ପ୍ରକାର ଫୁଲ, ସାତ ପ୍ରକାର ଫଳ, ଧୁପ, ଦୀପ ନୈବେଦ୍ୟ ଦେଇ ପୂଜା ଆରାଧନା କରି ଆବାହନ କରନ୍ତି ମାଁ କରମସାନିଙ୍କୁ । ଭିଓ-୨-ଏହି ପର୍ବର ମୂଖ୍ୟ ଆକର୍ଷଣ ହେଲା ଆଦିବାସୀ ମାନଙ୍କର କରମସାନି ନୃତ୍ୟ । ଧଂଙ୍ଗରା, ଧାଙ୍ଗିରୀ, ବୁଢା ବୁଢୀ ଠୁ ଆରମ୍ଭ କରି ଛୋଟ ପୁଅ ଝିଅ ସଭିଏଁ ତାଲ ମାନ୍ଦଲର ସୂରେ ସୂରେ ନାଚିଥାନ୍ତି ରାତିସାରା ମଡୁଆ ଚାରିପାଖରେ ।କୃଷି ଭିତିକ କରମସାନି ପର୍ବ ପାଳନ କଲେ ମାଟି ମାଁ ବର୍ଷଯାକର ଆହାର ଦିଏ ବୋଲି ଆଦିବାସୀ ମାନଙ୍କର ବିଶ୍ୱାସ ରହିଛି ।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.