ସୁବର୍ଣ୍ଣପୁର : ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ରର ପ୍ରୟୋଗଶାଳା ଭାବେ ପରିଚିତ ସୁବର୍ଣ୍ଣପୁରରେ ଆଶ୍ବିନ ଅଷ୍ଟମୀ ଠାରୁ ଆରମ୍ଭ ହୋଇଯାଇଛି ଶୋଡଶ ଉପଚାର ପୂଜା ଇ ମହାନଦୀ , ତେଲନଦୀ ଓ କର୍ପୁର ନଦୀର ସଂଗମ ସ୍ଥଳରେ ଥିବା ସୁବର୍ଣ୍ଣପୁର ସହର ଏକ ପ୍ରାଚିନ ମନ୍ଦିର ମାଳିନି ସହର । ଏଠାରେ ଅଷ୍ଟଚଣ୍ଡି ବେଶ ପ୍ରସିଦ୍ଧି ଲାଭକରିଥିବା ବେଳେ ପାର୍ବଣରୁତୁଆସିଲେ ବେଶ ଚଳଚଂଳ ହୋଇଉଠେ ଏହି ସହର । ଏହି ପ୍ରାଚିନ ପୀଠରେ ରହିଛି ଅଷ୍ଟ ବିଷ୍ଣୁ, ଅଷ୍ଟଶମ୍ଭୁ ଓ ଅଷ୍ଟଚଣ୍ଡି ଙ୍କ ସମେତ ୧୦୮ଟି ମନ୍ଦିର । ଖାଲିସେତିକି ନୁହେଁ ଭାରତିୟ ତାନ୍ତ୍ରୀକ ପରମ୍ପରାରେ ଅନୁଯାଇ ସୁବର୍ଣ୍ଣପୁର ହେଉଛି ଏକ ଅନ୍ୟତମ ତନ୍ତ୍ରପୀଠ ।

ଅଷ୍ଟଚଣ୍ଡିର ସହର ସୁବର୍ଣ୍ଣପୁର । କାହିଁ କେଉଁ ଆବାହମାନକାଳରୁ ସୁବର୍ଣ୍ଣପୁର ରେ ସୋମବଂଶି ଓ ଚୌହାନ ବଂଶି ରାଜତ୍ୱ ସମୟରେ ଏଠାରେ ଗଢିଉଠିଥିବା ଅଷ୍ଟଚଣ୍ଡୀ ଙ୍କ ଭବ୍ୟ ମନ୍ଦିର ସବୁରହିଛି । ଏହିମନ୍ଦିର ମାନଙ୍କ ମଧ୍ୟରେ ମୁଖ୍ୟତଃ ଖମ୍ବେଶ୍ୱରୀ, ସୁରେଶ୍ୱରି. ସମଲେଇଶ୍ୱରୀ , ଭଗବତୀ, ନାରାୟଣୀ, ବିମଳାକ୍ଷୀ, ରାମଚଣ୍ଡି ଓ ଦଶମତି ଏହିପ୍ରାଚିନଗଡଜାତର ଅଷ୍ଟଚଣ୍ଡୀଭାବରେ ପୁଜାପାଇ ଆସୁଛନ୍ତି । ଏଠାରେ ପାର୍ବଣଋତୁ ଆସିଲେ ଆଶ୍ୱିନ ମୂଳାଷ୍ଟମିରୁ ତିଥିରୁ ତାନ୍ତ୍ରିକ ପରମ୍ପରାଅନୁଯାଇ ଅଷ୍ଟଚଣ୍ଡିଙ୍କ ପୁଜାଆରଧନା ହେଉଥିବା ବେଳେ ସ୍ୱତନ୍ତ୍ର ତିଥି ମାନଙ୍କରେ ଦେବୀମାନଙ୍କୁ ଆବାହନକରିବାର ପରମ୍ପରା ଏଯାଏଁ ଚାଲିଆସୁଛି । ପ୍ରାୟତଃ ଅଷ୍ଟମଶତାବ୍ଦି ସମୟରୁ ଓଡିଶାର ସର୍ବପ୍ରାଚିନ ଦେବୀ ଭାବରେ ଖମ୍ବେଶ୍ୱରି ଦେବୀ ବହୁଦିନରୁ ସୁବର୍ଣ୍ଣପୁରରେ ପ୍ରତ୍ୟକ୍ଷ ଦେବୀ ଭାବରେ ପୁଜାପାଇ ଆସୁଛନ୍ତି । ରାଜା ରାଜୁଡା ଅମଳରୁ ଏହିପ୍ରାଚିନ ଗଡଜାତର ଇଷ୍ଟଦେବୀ ଭାବରେ ଶୁରେଶ୍ୱରୀ ଓ ସମଲେଇଶ୍ୱରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ ଜମୁଥିବା ବେଳେ ମାଁଙ୍କ ଉପରେ ଭକ୍ତମାନଙ୍କ ଅଗାଧ ବିଶ୍ୱାସ ରହିଛି ।
ବର୍ଷସାରା ଏହିଦେବୀ ପିଠ ମାନଙ୍କରେ ପୂଜା ଆରଧନା ଲାଗିରହିଥିବା ବେଳେ ବିଶେଷକରି ଏହି ପାର୍ବଣରୁତୁରେ ଭକ୍ତମାନଙ୍କ ବେଶ ଭିଡଜମିଥାଏ ଏହି ପିଠ ମାନଙ୍କରେ । ଆଶ୍ୱିନ ମୂଳାଷ୍ଟମି ଠାରୁ ଆରମ୍ଭକରି ପୁର୍ଣ୍ଣମି ଯାଏଁ ତ୍ରିଚଣ୍ଡୀ ମନ୍ଦିର ତଥା ସମଲେଇଶ୍ୱରୀ , ଖମ୍ବେଶ୍ୱରୀ ଓ ସୁରେଶ୍ୱରୀ ମନ୍ଦିରରେ ପ୍ରତ୍ୟେକ ରାତ୍ରିରେ ବଳିଯାତ୍ରା ଅନୁଷ୍ଠିତ ହୋଇ ମାଁଙ୍କଠାରେ ଷୋଡଶ ଉପଚାରରେ ପୁଜାଆରଧନା କରି ଷୋଳଭରନି ବାଦ୍ୟସାଙ୍ଗକୁ ମାଳେଶ୍ରୀ ବନ୍ଦନାରେ ଷୋଳଟିବଳି ଅନୁଷ୍ଠିତ ହୋଇ ମାଁଙ୍କୁ ଆବାହନ କରିବାର ପ୍ରଥା ଆଜିବି ରହିଆସିଛି । ପର୍ଯ୍ୟାୟକ୍ରମେ ଏହି ପୀଠମାନଙ୍କରେ ବିଭିନ୍ନ ତିଥିରେ ଉଆଁସ ବଳି, ନିଶା ବଳି, ଖଉଳ ବଳି, ଗାୟନ ବଳି, ଡାଙ୍ଗୁଆ ବଳି ନବମି ବଳି, ଦଶହରା ବଳି ଆଦି ଷୋଳଟିବଳି ଅନୁଷ୍ଠିତ ହୋଇ ଶେଷରେ ପୁର୍ଣ୍ଣମି ବଳିରେ ଶେଷ ହୋଇଥିବା ବେଳେ ଅଷ୍ଟଚଣ୍ଡିଙ୍କ ମହାତ୍ମିୟ ସୁବର୍ଣ୍ଣପୁରର ତନ୍ତ୍ର ପରମ୍ପରାରେ ଯଥେଷ୍ଟ ରହିଛି । ଫାଭିଓ-ପ୍ରାଚୀନ କାଳରୁ ଅଷ୍ଟଚଣ୍ଡିଙ୍କ ପୀଠରେ ତନ୍ତ୍ର ଉପାସନା କରି ଏଠାରେ ତାନ୍ତ୍ରୀକ ପଦ୍ଧତ୍ତି ରେ ପୁଜା ହୋଇଆସୁଥିବା ବେଳେ କିଛି ରହସ୍ୟମୟ ଯନ୍ତ୍ର ଓ ମନ୍ତ୍ର ପାଇଁ ସୁବର୍ଣ୍ଣପୁର ଯନ୍ତ୍ର ଓ ମନ୍ତ୍ର ର ପ୍ରୟୋଗଶାଳା ଭାବରେ ବେଶପରିଚୟ ପାଇଛି ।
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )