ରାତିରେ ସୁରେଶ୍ୱରୀ ମନ୍ଦିରରେ ବସିଥିବା ଦୁଇଟି ପାଣି ଟାଙ୍କିର ସମସ୍ତ ପାଣି ପାଇପ୍କୁ ଛିଣ୍ଡାଇ ନେଇ ଯାଇଛନ୍ତି ଦୁବୃର୍ତ୍ତ । ମନ୍ଦିର ପ୍ରବେଶ ପଥର ବାମ କଡରୁ ୫ଟି ଷ୍ଟିଲ୍ ପାଇପ୍ ଏବଂ ମୁଖ୍ୟ ମନ୍ଦିର ନିକଟରୁ ଦୁଇଟି ଲୁହା ପାଇପ୍ ଭଙ୍ଗା ଯାଇଥିବା ଅଭିଯୋଗ ହୋଇଛି । ବଡ କଷ୍ଟରେ ସେବାୟତ ମାନେ ସମସ୍ତ ପାଇପରେ କପଡା ଗେଞ୍ଜି ପାଣି ରୋକିଛନ୍ତି । ଏହାକୁ ନେଇ ସେବାୟତ ଏବଂ ଭକ୍ତମାନେ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ।

ମନ୍ଦିର ନିକଟରେ ପୂର୍ବରୁ ରିଜର୍ଭ ବାରାକ୍ ଥିବାରୁ ସେଭଳି ସମସ୍ୟା ନଥିଲା, ତେବେ ବାରାକ୍ ଏଠାରୁ ଉଠି ଯିବାରୁ ଏହି ଅଞ୍ଚଳରେ ଏଭଳି ଅସାମାଜିକ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଏହାର ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦାମାନେ । ସୁବର୍ଣ୍ଣମେରୁ କିମ୍ବା ସୁରେଶ୍ବରୀ ମନ୍ଦିର ନିକଟରେ ଏକ ଫାଣ୍ଡି ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି ବରିଷ୍ଠ ଆଇନଜୀବୀ ଶ୍ୟାମାଓଁ ପ୍ରସାଦ ମିଶ୍ର । ରିଂରୋଡ୍ ତଥା ରାମେଶ୍ୱର ଏବଂ ସୁରେଶ୍ୱରୀ ମନ୍ଦିର ନିକଟରେ ପୋଲିସ୍ ପାଟ୍ରୋଲିଂ କଡାକଡି କରିବା ପାଇଁ ସେ ଦାବି କରିଛନ୍ତି । ଦିନକୁ ଦିନ ନୂତନ ଭାବେ ନିର୍ମିତ ରିଂରୋଡଟି ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିବାକୁ ଲାଗିଲାଣି । ଏହି ଅଞ୍ଚଳରେ ସୋନପୁରର ତିନୋଟି ପ୍ରମୁଖ ମନ୍ଦିର, ଷ୍ଟାଡିୟମ ଏବଂ ବିଭିନ୍ନ କାର୍ଯ୍ୟାଳୟ ରହିଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ସାଧାରଣରେ ଦାବି ହେଉଛି ।
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )