ସୁବର୍ଣ୍ଣପୁର : ଶକ୍ତିସ୍ୱରୂପା ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀ ପବିତ୍ର ଆଶ୍ଵିନ ମାସ ର ପ୍ରତିପଦା ଠାରୁ ଦଶହରା ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିବାର ପରମ୍ପରା ମତେ ମା ସୁରେଶ୍ୱରୀ ବାଗଳାମୁଖୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି l ଭକ୍ତଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଦେବୋତ୍ତର ବିଭାଗ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି l କିଛି ନିର୍ଦ୍ଧିଷ୍ଟ ସେବାୟତ ଓ ପୂଜକଙ୍କ ଦ୍ୱାରା ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେଉଥିବା ବେଳେ ମା ଙ୍କୁ ବିଭିନ୍ନ ବେଶ ରେ ସଜ୍ଜିତ କରାଯାଉଛି l କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଦର୍ଶନ ବ୍ୟବସ୍ଥା କରାଯାଉଥିବା ହେତୁ ବିଭିନ୍ନ ସ୍ଥାନରୁ ଆସୁଥିବା ଭକ୍ତ ଶୃଙ୍ଖଳିତ ଭାବରେ ମା ସୁରେଶ୍ୱରୀ ଙ୍କ ଦର୍ଶନ କରୁଥିବା ବେଳେ ଭକ୍ତ ମଧ୍ୟ ମା ଙ୍କର ଏ ବିରଳ ବାଗଳାମୁଖୀ ବେଶ ଦର୍ଶନ ଲାଭ କରି ଆନନ୍ଦ ଅନୁଭବ କରିଥିବା ଦେଖାଯାଇଛି l
ସୁବର୍ଣ୍ଣପୁର ଇପିଏ ରୁଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )