ସେବା ଓ ସମର୍ପଣ ଅଭିଯାନରେ ଯୁବମୋର୍ଚ୍ଚାର ରୋଗୀଙ୍କୁ ଫଳ ବଣ୍ଟନ

0 8

ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମଦିନ ଅବସରରେ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ସେବା ଓ ସମର୍ପଣ ଅଭିଯାନ ନେଇ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିବାର ନିଷ୍ପତ୍ତି ହୋଇଛି ।
ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରାଜ୍ୟ ସମ୍ପାଦକ ବିକ୍ରମ ବିଶ୍ୱାଳଙ୍କ ନେତୃତ୍ବରେ ଚିକିତ୍ସାଧୀନ ରୋଗୀ, ସଫେଇ କର୍ମଚାରୀ, ଆଶା ଦିଦି ଓ ଗର୍ଭବତୀ ମହିଳାମାନଙ୍କୁ ଶୁଖିଲା ଖାଦ୍ୟ, ଫଳ ଓ ଜୁସ ବଣ୍ଟନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ରବୀନ୍ଦ୍ର ବେହେରା, ନୀଳମାଧବ ଚକ୍ର, ଲଲାଟେନ୍ଦୁ ନାୟକ, ଯୁବମୋର୍ଚ୍ଚା ଜିଲ୍ଲା କୋଷାଧ୍ୟକ୍ଷ ଅମ୍ଳାନ ସାହୁ, ଉପସଭାପତି ସନ୍ଦୀପ ପରିଡ଼ା, ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ସୁଜିତ୍ ସ୍ବାଇଁ, ମନୋରଞ୍ଜନ ନାୟକ, ପଞ୍ଚାୟତ ସଭାପତି ସୁବାସ ନାଥ, ସେକ୍ ଝାମ୍ପୋ, ଏସ୍ କେ ଇସଲାମ, ପ୍ରଶାନ୍ତ ସାହୁ, ଦିଲ୍ଲୀପ ରାଉତ, ନିରଞ୍ଜନ ସାମଲ, ଅକ୍ଷୟ ମଲ୍ଲିକ, ନିରଞ୍ଜନ ପରିଡ଼ା,ନିଧି ବାରିକ, ସୁବାସ ମଲ୍ଲିକ, ହରେକୃଷ୍ଣ ସାହା ଶରତ ମଳିକ, ଶ୍ରୀକାନ୍ତ ବିଶ୍ୱାଳ,ପ୍ରକାଶ ମଲ୍ଲିକ, ଉଦ୍ଧବ ମଲ୍ଲିକ, ଆଶିଷ ଦାସ, ପ୍ରଦୀପ ମଲ୍ଲିକ, ଚକ୍ରଧର ସାହୁ, ବଳରାମ ବଳ, ଗୋପାଳକୃଷ୍ଣ ପାଢ଼ୀ, ସରୋଜ ସାହୁ, ବିକାଶ ଜେନା,ଅସିତ୍ ବଳ, ରାଜେନ୍ଦ୍ର ଲେଙ୍କା, ବାଇଧର ମଲ୍ଲିକ, ବାସୁଦେବ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ୨୦ ଦିନରେ ଭାରତୀୟ ଜନତା ଯୁବମୋର୍ଚ୍ଚା ସ୍ୱଚ୍ଛ ଭାରତ ଅଭିଯାନ, ରକ୍ତଦାନ ଶିବିର, ଆଜାଦୀ କା ଅମୃତ ମହୋତ୍ସବ ପାଳନ, ମହାପୁରୁଷ ମାନଙ୍କୁ ସମ୍ମାନ, ନବ ଭାରତ ମେଳା, ନମୋ କୁଇଜ୍ କାର୍ଯ୍ୟକ୍ରମ ଆୟୋଜନ କରିବ ବୋଲି ଯୁବମୋର୍ଚ୍ଚା ସମ୍ପାଦକ ବିକ୍ରମ ବିଶ୍ୱାଳ ସୂଚନା ଦେଇଛନ୍ତି ।

ଯାଜପୁର ଇପିଏ ରୁ ମୃତ୍ୟୁଞ୍ଜୟ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.