ସେମିଲିଗୁଡା ପୋଲିସ ପକ୍ଷରୁ ରାଜାନା ଗୁଡ଼ା ଗ୍ରାମରୁ ନକଲି ଗୁଟୁଖା କାରଖାନା ଜବତ

0 6

ନକିଲି ଗୁଟଖା କାରଖାନା ଠାବ, ହୋଇଛି ସେମିଲିଗୁଡା ପୋଲିସ ଦ୍ବାରା ୫୦ ଲକ୍ଷ ଟଙ୍କାର ଗୁଟୁଖା ଜବତ,ଏହି ପରି ଏକ କୋରାପୁଟ ଜିଲ୍ଲା ସେମିଲିଗୁଡା ଅଧିନରେ ଥିବା ରାଜାନା ଗୁଡ଼ା ଗ୍ରାମରେ ପାଣିପେକଟ୍ରି ଠାରେ ଦେଖିବାକୁ ମିଳିଛି, ଏବଂ ଦୀର୍ଘ ଦିନ ହେବ ବେଆଇନ ଭାବେ ନକିଲି ଗୁଟଖା ତିଆରି କରି ବିଡ଼ା ଅଫିସ ନିକଟରେ ଏକ ବଢ଼ା ଘରେ ନେଇ ପ୍ୟାକିଙ୍ଗ କରି ଓଡିଶା ଓ ଆନ୍ଦ୍ର ପ୍ରଦେଶ ଚାଲାଣ କରୁଥିଲେ, ଗିରଫଦାରୀ ଙ୍କ ଘର ତେଲେଙ୍ଗାନା ରାଜ୍ୟର ନିଜାମବାଦ ବୋଲି ସୁନାବେଡା ଏସଡିପିଓ ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି.ଚଢାଉବେଳେ ୧୧ ଟି ମେସିନ ଜବତ କରାଯାଇଛି ତାସହ ଗୁଟୁଖା ପ୍ରସ୍ତୁତ ପାଇଁ ୧୭ ବଣ୍ଦେଲ ପାନ ମସଲା ପ୍ୟାକେଟ,୧୭ ପ୍ୟାକେଟ ଜର୍ଦା ,୨୦ ବଣ୍ଦେଲ ଖାଲି ପାଉଚ ଭଳି ବିପୁଳ ପରିମାଣର କଂଚାମାଲ ନକଲି କାରଖାନାରୁ ଜବତ କରାଯାଇଛି.ବିମଲ ଗୁଟୁଖା ନାମରେ ନକଲି ଗଟୁଖା ତିଆରି ବିକ୍ରୟ କରିବା ସହ ବିଭିନ୍ନ ସ୍ଥାନକୁ ପଠାଉଥୁଲା ବୋଲି ପୋଲିସ ସୂଚନା କେଉଁଠାକୁ ପଠାଉଥୁଲା.ବ୍ୟବସାୟିକ ନେଟୱ୍ବାର୍କ କେତେଦୁର ଲମ୍ବିଛି ତାର ତଦନ୍ତ ଜାରି ରଖିଛି ପୋଲିସ

l ଦୀର୍ଘଦିନଧରି ନକଲି ଗୁଟୁଖା କାରଖାନା ଚାଲାଉଥୁଲା.ପୋଲିସକୁ ସୂଚନାମିଳିବାପରେ ଧରିବାକୁ ଜାଲ ବିଛାଇଥିଲା. କାମକରିବା ବାହାନାରେ ଛଦ୍ମବେଶରେ ଜଣେ ପୋଲିସ କର୍ମଚାରୀ ଯାଇ କାରଖାନାକୁ ଠାବ କରିବାପରେ ପୋଲିସ ଚଢାଉ କରିଥିଲା l ଗୁଟୁଖା ତିଆରି ମେସିନ, ସରଜାଂମ, କେମିକାଲ,ଚୁନ ସମେତ ପ୍ରସ୍ତୁତ ନକଲି ଗୁଟୁଖା ପ୍ୟାକେଟ ଗୁଡିକୁ ଜବତ କରାଯାଇଛି ।ସୁନାବେଡା SDPO, ମନୋଜ ବେହେରା ତୋଦନ୍ତ ଜାରି ରହିଛି ବୋଲି ପ୍ରକାଶ କରିଛନ୍ତି l

କୋରାପୁଟ ଜିଲ୍ଲା ଇପିଏ ରୁ ଜୟ ସିଂ ପୋଡ଼ା ସେଠି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.