ସୋସିଆଲ ମାର୍କେଟିଙ୍ଗ କମ୍ପାନୀ ଆମାଜନ୍ ବିରୁଦ୍ଧରେ ବିରୋଧ ପ୍ରଦର୍ଶନ
ସୋସିଆଲ ମାର୍କେଟିଙ୍ଗ କମ୍ପାନୀ ଆମାଜନ୍ ବିରୁଦ୍ଧରେ ସାରା ଭାରତରେ ବ୍ୟବସାୟୀ ମାନଙ୍କ ତରଫରୁ ବିରୋଧ ପ୍ରଦର୍ଶନ କରାଯାଇଛି। CAIT ର ଏହି ଆହ୍ବାନକୁ ଓଡ଼ିଶା ବ୍ୟବସାୟୀ ମହାସଂଘ ମଧ୍ୟ ସମର୍ଥନ ଜଣାଇଛି। ନେଇ ଧର୍ମଗଡ ଚେମ୍ବର ଅଫ କମର୍ସ ପକ୍ଷରୁ ସମ୍ପାଦକ ଅରୁଣ କୁମାର ତାୟଲ ଙ୍କ ନେତୃତ୍ୱରେ ବ୍ୟବସାୟୀ ମାନେ ମାନନୀୟ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ୟେଶରେ ଏକ ଦାବି ପତ୍ର ଧର୍ମଗଡ଼ ଉପଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଆଇଏଏସ ଙ୍କୁ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ,ଆମାଜନ ଜରିଆରେ ଗେଞ୍ଜଇ ବିକ୍ରି ଓ ପୁଲୱାମା ଆକ୍ରମଣ ରେ ବୋମାରେ ବ୍ୟବହାର କରାଯାଇଥିବା କେମିକାଲ ଆମାଜୋନ ମାଧ୍ୟମରେ ବିକ୍ରି ହୋଇଥିବାର ଅଭିଯୋଗ ସାରା ଭାରତ ବର୍ଷରେ ଚର୍ଚ୍ଚାର ବିଷୟ ହୋଇଛି l ସରକାର ଅବିଳମ୍ବେ ଆମାଜନ ଅଧିକାରୀଙ୍କୁ ଗିରଫ କରନ୍ତୁ ଏବଂ ଆମାଜୋନ ବିରୁଦ୍ଧରେ ଦେଶଦ୍ରୋହ ମୋକଦ୍ଦମା ଦାଏର କରନ୍ତୁ ବୋଲି ଓଡ଼ିଶାର ସମସ୍ତ ବ୍ୟବସାୟୀ ସଂଘ ଦାବି କରିଛନ୍ତି। ବେଆଇନ କାର୍ଯ୍ୟ ଯୋଗୁଁ ସଂପୃକ୍ତ ଅମାଜନ କମ୍ପାନୀ କୁ ଦଣ୍ଡ ଦିଆଯାଉ ଏବଂ ଲୁଗା ଏବଂ ଜୋତାଚପ୍ପଲ ଉପରେ ଲଗାଯାଇ ଥିବା ୧୨% ଟିକସ ଦର ପ୍ରତ୍ୟାହାର କରାଯାଉ ବୋଲି ବ୍ୟବସାୟୀ ମାନେ ମାନନୀୟ ପ୍ରଧାନମନ୍ତ୍ରୀ ଙ୍କ ନିକଟରେ ଦାବି ଜଣାଇଛନ୍ତି।
ଇପିଏ ରୁ ବିଦ୍ୟାଧର ସାହୂ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )