ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କ ତଣ୍ଟି କାଟିଲା ସ୍ୱାମୀ, ମନରେ ଥିଲା ସନ୍ଦେହ

0 10

ବଲାଙ୍ଗିର: ଏପରି ଘଟଣା ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଦୁର୍ଗାପାଲି ଗାଁରେ ଘଟିଛି। ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷୟିତ୍ରୀ ଅଛନ୍ତି ସଞ୍ଜୁରାଣୀ ଦେବତା। ତାଙ୍କ ସ୍ୱାମୀ ପ୍ରଦୀପ ପଣ୍ଡା ଟିଟିଲାଗଡ ନିକଟସ୍ଥ ସିଉଲଗାଁ ସ୍କୁଲରେ ସଂସ୍କୃତ ଶିକ୍ଷକ ଅଛନ୍ତି। ଉଭୟଙ୍କ ବିବାହ ଦୁଇବର୍ଷରୁ ଅଧିକ ହେବ। ହେଲେ ଭିନ୍ନ ଭିନ୍ନ ଜାଗାରେ ଚାକିରି କରୁଥିବାରୁ ସ୍ୱାମୀ ଓ ସ୍ତ୍ରୀ ଅଲଗା ରହୁଥିଲେ। ଯେଉଁଥିପାଇଁ ପ୍ରଦୀପଙ୍କ ମନରେ ଅନେକ ସନ୍ଦେହ ଘର କରିଥିଲା।
ଅଜି ହଠାତ ସ୍ୱାମୀ ପ୍ରଦୀପ ପଣ୍ଡା ଦୁର୍ଗାପାଲି ଗାଁକୁ ଆସିଥିଲେ। ସେହି ସମୟରେ ତାଙ୍କ ସ୍ତ୍ରୀ ସ୍କୁଲରେ ଥିଲେ। ପ୍ରଦୀପ ଏକ ଧାରୁଆ ଅସ୍ତ୍ରରେ ସ୍କୁଲ ଭିତରେ ଧସେଇ ପଶି ସଞ୍ଜୁରାଣୀଙ୍କ ତଣ୍ଟି କାଟିବାକୁ ଉଦ୍ୟମ କରୁଥିଲେ। ମାତ୍ର ସ୍କୁଲରେ ଥିବା ଅନ୍ୟ କର୍ମଚାରୀମାନେ ତାଙ୍କୁ ବାଧା ଦେଇଥିଲା। ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର କରିଥିଲେ। ସଞ୍ଜୁରାଣୀ ସାମାନ୍ୟ ଆହତ ହୋଇଥିଲେ। ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ସ୍ୱାମୀ ପ୍ରଦୀପ ପଣ୍ଡାଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରା ଉଚୁରା କରୁଛି। ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଏପରି କରିଥିବା ଚର୍ଚ୍ଚା ହେଉଛି।

ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.