ସ୍ତ୍ରୀ ଟାଙ୍ଗିଆ ଚୋଟରେ ସ୍ୱାମୀ ମୃତ

0 2

ସୁବର୍ଣ୍ଣପୁର : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେନିଗଡ଼ ଗ୍ରାମରେ ସ୍ତ୍ରୀ ଟାଙ୍ଗିଆ ଚୋଟରେ ସ୍ୱାମୀ ର ମୃତ୍ୟୁ, ହୋଇଥିବା ର ଏକ ଅଭାବନୀୟ ଘଟଣା ଘଟିଛି l ସୂଚନା ମତେ ଆଡେନିଗଡ ଗ୍ରାମର ଗଣେଶ ବଜାର ଠାରେ ଘଟିଛି ଏଭଳି ଘଟଣା l ସ୍ୱାମୀ ସ୍ତ୍ରୀ ର ପାରିବାରିକ କଳହ ରେ ସ୍ତ୍ରୀ କୁନୁ ମୁଖୀ
(୩୯ ) ଉତକ୍ଷିପ୍ତ ହୋଇ ସ୍ୱାମୀ ତରଣୀ ସେନ ପ୍ରଧାନ (୪୫)ଙ୍କୁ ଟାଙ୍ଗିଆରେ ହାଣି ଘରୁ ଫେରାର ହୋଇଯାଇଥିଲେ l ରକ୍ତାକ୍ତ ଅବସ୍ଥାରେ ହରଭଙ୍ଗା ଦମକଳ ବାହିନୀ ଶ୍ରୀ ପ୍ରଧାନଙ୍କୁ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଘଟଣା ସ୍ଥଳରେ ଆଡେନିଗଡ ପୋଲିସ ପହଞ୍ଚି ଘଟଣା ର ତଦନ୍ତ ଚଳାଇଛି l ଟାଙ୍ଗିଆରେ ହାଣି ଆସାମୀ କୁନୁ ମୁଖୀ ଫେରାର ଥିବାର ଫାଣ୍ଡି ଅଧିକାରୀ ସନ୍ତୋଷ ମଲ୍ଲିକ ପ୍ରକାଶ କରିଛନ୍ତିl

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.