ସ୍ବଚ୍ଛ ବିଦ୍ୟାଳୟ ଅଭିଯାନ

0 4

ସୁବର୍ଣ୍ଣପୁର : ପ୍ରତାପପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ- ଶିକ୍ଷୟିତ୍ରୀମାନଙ୍କଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟୀ ସଭାପତି ଉମାକାନ୍ତ କଠାର ସଭାପତିତ୍ୱ କରିଥିବାବେଳେ ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ନନ୍ଦ କାର୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବରେ କଳାପଥର ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶିଲ ମହାପାତ୍ର ଏବଂ ସୋନପୁର ବ୍ଳକର ଯୁନିୟର ଇଂଜିନିୟର ଦେବବ୍ରତ ବେହେରା ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ବିଦ୍ୟାଳୟର ପୂର୍ବତନ ତଥା ଅବସରରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମନାରାୟଣ ନାୟକ ଏବଂ ସରଧାପାଲି ଅଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାହେଶ୍ଵର କ୍ଷେତୀ ଯୋଗଦେଇଥିଲେ। ଆସନ୍ତା ତା ୨୫.୧୦.୨୦୨୧ ସୋମବାର ଠାରୁ ଅଷ୍ଟମ ଶ୍ରେଣୀ ଖୋଲାଯିବ। ତେଣୁ ସମସ୍ତ ଅଭିଭାବକ ପୂର୍ବତନ ଛାତ୍ରଛତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଦ୍ୟାଳୟର ଯୁନିୟର ରେଡକ୍ରସ୍‌ ପରାମର୍ଶଦାତା ଗୋପେଶ ପଣ୍ଡାଙ୍କ ମାର୍ଗଦର୍ଶନରେ ଶ୍ରମ ଦାନ କରି ବିଦ୍ୟାଳୟ ପରିସରକୁ ସ୍ୱଚ୍ଛ କରିଥିଲେ ଏବଂ ବିଦ୍ୟାଳୟ ଖୋଲିବା ସମୟରେ ସମସ୍ତ ଛାତ୍ର ଛାତ୍ରୀ କୋଭିଡ୍‌ ନିୟମ ପାଳନ କରି ମାସ୍କ ପିନ୍ଧିବା, ସାବୁନରେ ହାତ ଧୋଇବା, ସାମାଜିକ ଦୂରତା ରକ୍ଷାକରିବା ପ୍ରତି ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ପରେ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ଲୋକଙ୍କୁ ସଚେତନ କରିଥିଲେ । ବିଦ୍ୟାଳୟର ସମସ୍ତ ଶ୍ରେଣୀଗୃହ ଏବଂ ଚଟାଣକୁ ଟାଇଲ କରିବାପାଇଁ ମୋ ସ୍କୁଲ ଅଭିଯାନ ଯୋଜନାରେ ୨୨୫୦୦ ଟଙ୍କା ସଂଗୃହୀତ ହୋଇଥିଲା । ରାମ ନାରାୟଣ ନାୟକଙ୍କ ଦ୍ଵାରା ବିରଚିତ ମୋସ୍କୁଲ ଅଭିୟାନ ଏବଂ ଏହି ମୋ ପରିଚୟ କବିତା ପାଠ କରାଯାଇଥିଲା । ସହକାରୀ ଶିକ୍ଷକ ଅକ୍ଷୟ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଶକ୍ଷୟିତ୍ରୀ ମହେନ୍ଦ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.