ସ୍ବତନ୍ତ୍ର ଟୀକାକରଣ ଅଭିଯାନ ନିମନ୍ତେ ଟାସ୍କ ଫୋର୍ସ ବୈଠକ

0 13

       ଖୋର୍ଦ୍ଧା : ସ୍ବତନ୍ତ୍ର ଟୀକାକରଣ ଅଭିଯାନ ନିମନ୍ତେ ଟାସ୍କ ଫୋର୍ସ ଓ ସଚେତନତା ବୈଠକ  ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି।ଏହି ବୈଠକରେ ଜିଲ୍ଲାପାଳ,ଖୋର୍ଦ୍ଧା ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରି ଟୀକାକରଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଗୁରୁତ୍ବ ଦେଇଥିଲେ।
          ଯେଉଁ ଶିଶୁ ଓ ଗର୍ଭବତୀ ପ୍ରତିଷେଧକ ଟୀକା ଦିଆଯିବ।୩ ଟି ପର୍ଯ୍ୟାୟରେ ଏହି ସ୍ବତନ୍ତ୍ର ଟୀକାକରଣ  କାର୍ଯ୍ୟକ୍ରମ ହେବ।ପ୍ରଥମ ପର୍ଯ୍ୟାୟ ଟୀକାକରଣ ନଭେମ୍ବର ମାସ ୧୫ ତାରିଖରୁ ୨୫ ତାରିଖ ମଧ୍ୟରେ ୭ ଦିନ ହେବ।ଦ୍ଵିତୀୟ ପର୍ଯ୍ୟାୟ ରେ ଟୀକାକରଣ କାର୍ଯ୍ୟକ୍ରମ ଡିସେମ୍ବର ମାସରେ ୭ ଦିନ ଏବଂ ତୃତୀୟ ପର୍ଯ୍ୟାୟ ଟୀକାକରଣ ଜାନୁଆରୀ ୨୦୨୨ ରେ ୭ ଦିନ ପାଇଁ ହେବ।ଯେଉଁ ଶିଶୁ ଓ ଗର୍ଭବତୀ ମା ମାନେ ଟୀକାକରଣ ରୁ ବଞ୍ଚିତ ହୋଇଛନ୍ତି ସେମାନେ ଏହି ଟିକା ନେବେ।ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଲକ ରେ ଶତକଡ଼ା ୯୦ରୁ ଅଧିକ ଟୀକାକରଣ  ପାଇଁ ଲକ୍ଷ ରହିଛି।ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଖୋର୍ଦ୍ଧା ଡ଼ା ବିଶ୍ବରଂଜନ ପତି ଟୀକାକରଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ,ଭୁବନେଶ୍ୱର ଶାଖାର ଡ଼ା ସୁନିଲ ଦାସ କହିଥିଲେ ଟିକା କରଣ ଦ୍ଵାରା ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କର ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇବ।ଖୋର୍ଦ୍ଧା ଜିଲ୍ଲାର ୫ ଗୋଟି ବ୍ଲକ୍ ଯେଉଁ ଠାରେ ଟୀକାକରଣ ହାର କମ୍ ଅଛି ସେଠାରେ ସ୍ବତନ୍ତ୍ର ଟୀକାକରଣ କାର୍ଯ୍ୟକ୍ରମ ହେବ।ବାଲିଅନ୍ତା,ବେଗୁନିଆ,ବୋଲଗଡ଼,ଟାଙ୍ଗୀ ଓ ଭୁବନେଶ୍ୱର ବ୍ଲକ୍ ରେ ଏହି ଟୀକାକରଣ କରାଯିବ।ଜନ୍ମରୁ ୨ ବର୍ଷ ପର୍ଯ୍ୟନ୍ତ ଶିଶୁ ,ଗର୍ଭବତୀ ମା,୫ ବର୍ଷ ପର୍ଯ୍ୟନ୍ତ ଶିଶୁ,୧୦ ବର୍ଷର ପିଲା ଓ ୧୬ ବର୍ଷର ପିଲା ଯେଉଁ ମାନେ ପ୍ରତିଷେଧକ ଟୀକା ନେଇ ନାହାନ୍ତି ସେମାନଙ୍କୁ ଟୀକାକରଣ କରାଯିବ।ଟୀକାକରଣ ଦ୍ଵାରା ପୋଲିଓ, ମିଜିଲ୍ ରୁବେଲା ଓ ଅନ୍ୟାନ୍ୟ ରୋଗ ନିରାକରଣ ହୋଇପାରୁଛି।ଶିଶୁ ଓ ମା ମାନେ ଯେପରି ସୁସ୍ଥ ରହିବେ ସେଥିପାଇଁ ଗୁରୁତ୍ବ ଦିଆଯାଉଛି।ଟୀକାକରଣ କାର୍ଯ୍ୟ ସୁଚାରୁ ଭାବେ ପରିଚାଳନା ପାଇଁ ଆଶା,ଅଙ୍ଗନବାଡ଼ି କର୍ମୀ ଓ ଏନେମ୍ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।ଟୀକାକରଣ କାର୍ଯ୍ୟକ୍ରମ ପାଇଁ ବ୍ଲକ୍ ସ୍ତରରେ ମଧ୍ୟ ଟାସ୍କ ଫୋର୍ସ ବୈଠକ ହେବ।ଜିଲ୍ଲା ଜନସ୍ବାସ୍ଥ୍ୟ ସଞ୍ଚାର ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ମହାପାତ୍ର କହିଥିଲେ ବ୍ଲକ୍ ସ୍ତରରେ ହୋଡିଂ,ବ୍ୟାନର, ଲିଫ୍ଲେଟ୍ ଆଦି ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯିବ।ବୈଠକରେ ଜିଲ୍ଲାରେ କୋଭିଡ୍ ଟୀକାକରଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ବୈଠକରେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ବିଭିନ୍ନ ବିଭାଗର ଅଧିକାରୀ,ଏନ୍ ଜିଓ କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।

ଖୋର୍ଦ୍ଧା ଜିଲ୍ଲା ଇପିଏ ରୁ ମନୋଜ କୁମାର ସାହୁଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.