ସ୍ଵାଧୀନତା ସଂଗ୍ରାମୀ ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

0 4

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ କେନ୍ଦୁଜିଆଣୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛେରାଟାଙ୍ଗର ର ଢିପା ସାହିରେ ବୀର ବିର୍ସା ମୁଣ୍ଡା ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି । ଯାଜପୁର ବିଧାୟକ ତଥା ମୟୂରଭଞ୍ଜ ଜିଲ୍ଲା ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ପ୍ରତିମୃତିକୁ ଉନ୍ମୋଚନ କରିବା ସହିତ ସେଠାରେ ନିର୍ମିତ କମ୍ୟୁନିଟି ଗୃହ କୁ ଲୋକାର୍ପଣ କରିଛନ୍ତି । ଆଦିବାସୀ ଙ୍କ ଚାଲି ହେଉଛି ନାଚ କଥା ହେଉଛି ଗୀତ ଓ ଆଦିବାସୀ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ସରକାର ବଧପରିକର ବୋଲି ପ୍ରଣବ ପ୍ରକାଶ ଦାସ ଅଭିଭାଷଣରେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜସ୍ବ ବିପର୍ଯ୍ୟୟ ମନ୍ତ୍ରୀ ସୁଦାମ ଚରଣ ମାରାଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, କରଞ୍ଜିଆ ନିର୍ବାଚନ ମଣ୍ଡଳୀ ବିଧାୟିକା ବାସନ୍ତୀ ହେମ୍ବ୍ରମ, ମୋରଡା ବିଧାୟକ ରାଜ କିଶୋର ଦାସ, ଠାକୁରମୁଣ୍ଡା ବ୍ଲକ ଅଧ୍ୟକ୍ଷା ପ୍ରଶାନ୍ତ ବେହେରା, କରଞ୍ଜିଆ ଜିଲ୍ଲା ପରିଷଦ ସଦସ୍ୟ ସାମାୟ ପୂର୍ତ୍ତି, କରଞ୍ଜିଆ ବ୍ଲକ ଅଧକ୍ଷ ହରିଶ୍ ଚନ୍ଦ୍ର ନାୟକ ଓ ଶତାଧିକ ଆଦିବାସୀ ପୁରୁଷ ମହିଳା ଉପସ୍ଥିତ ଥିଲେ । ବୁଧବାର ଅପରାହ୍ନ ୪ଟା ବେଳେ ପ୍ରଣବ ପ୍ରକାଶ ଦାସ ଓ ତାଙ୍କ ସହଯୋଗୀ ଠାକୁରମୁଣ୍ଡା ନୂଆସାହି ଛକ ନିକଟରେ ପହଞ୍ଚିଥିଲେ । ପୂର୍ବରୁ ଅପେକ୍ଷା କରିଥିବା ଏକ ହଜାର ବାଇକ୍ ସହ ବିଜେଡି କର୍ମୀ ମାନେ ଏକ ବାଇକ୍ ରାଲିରେ କେନ୍ଦୁଜିଆଣୀ ଓ ପରେ ଉନ୍ମୋଚନ ସ୍ଥଳ ଢିପା ସାହିକୁ ଯାଇଥିଲେ । ସେଠାରେ ମୂର୍ତ୍ତି ଉନ୍ମୋଚନ ପରେ ଏକ ସାଧାରଣ ସଭାରେ ଅଭିଭାଷଣ ଦେଇଥିଲେ । ତେବେ ଏ ଆୟୋଜନ ପ୍ରଶାସନ ପକ୍ଷରୁ ହୋଇଥିବା ବେଳେ ଗତ ୨୦୨୦ ମସିହାରେ ଢିପାସହି ଲୋକମାନେ ଏକ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସେଠାରେ ସ୍ଥାପନ କରିଥିଲେ । ମାତ୍ର କେହି ଦୁର୍ବୃତ ସେହି ମୂର୍ତ୍ତିକୁ ଭାଙ୍ଗି ଦେଇଥିଲେ ଗ୍ରାମବାସୀ ମାନେ ଜଙ୍ଗଲ ବିଭାଗ ଭାଙ୍ଗିଛନ୍ତି ବୋଲି ଅଭିଯୋଗ କରିଥିଲେ ପରେ ପ୍ରଶାସନ ହସ୍ତକ୍ଷେପ କରି ନୂତନ ମୂର୍ତ୍ତି ସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ କରଞ୍ଜିଆ ଓ ପୋଲିସ ପ୍ରଶାସନ ମିଳିତ ଭାବରେ କାର୍ଯ୍ୟକ୍ରମର ତଦାରଖ କରିଥିଲେ । କାର୍ଯ୍ୟକ୍ରମରେ ଗଣେଶ ଗାଗାରାଇ ଅତିଥି ପରିଚୟ ଓ କେନ୍ଦୁଜିଆଣୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଦୁର୍ଗି ମାର୍ଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ।

ମୟୁରଭଂଜ ଜିଲ୍ଲା ଇପିଏ ରୁ ମାନଗୋବିନ୍ଦ ପାଣିଗ୍ରାହୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.