ସ୍ୱଚ୍ଛ ଭାରତ ଓ ସୁରକ୍ଷିତ ଭାରତ କାର୍ଯ୍ୟକ୍ରମ

0 27

କେନ୍ଦ୍ର ଯୁବ ଓ କ୍ରୀଡା ବ୍ୟାପର ବିଭାଗ ଆହ୍ଵାନରେ ନେହେରୁ ଯୁବକେନ୍ଦ୍ର ପୁରୀ ପକ୍ଷରୁ ସ୍ୱଚ୍ଛ ଭାରତ ଓ ସୁରକ୍ଷିତ ଭାରତ କାର୍ଯ୍ୟକ୍ରମ ଗୁଣ୍ଡିଚା ମନ୍ଦିର ସମୁଖରୁ ଆରମ୍ଭ ହୋଇଛି l ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ରର ପୂର୍ବାଞ୍ଚଳ ନିର୍ଦେଶକ ନବୀନ ନାୟକ,ଜାତୀୟ ସେବା ସଂସ୍ତାର ଆଞ୍ଚଳିକ ନିର୍ଦ୍ଧେଶିକା ସରିତା ପଟେଲ, ଯୁବକେନ୍ଦ୍ର ର ନିର୍ଦ୍ଧେଶିକା ରିତା ଭଗତ,ରାଜ୍ୟ ସମାଜସେବା ପୁରସ୍କାର ବିଜେତା ସଂଘଟକ ବଦ୍ରି ମିଶ୍ର ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ପୁରୀ କେନ୍ଦ୍ର ର ସଂଯୋଜକ ଜୟଶଙ୍କର ଯୋଶୀଙ୍କ ନେତୃତ୍ୱରେ ବିବିର୍ଣ୍ଣ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ସମେତ ଜିଲ୍ଲାର ସଙ୍ଘଟକ ଉପେନ୍ଦ୍ର ବିଶ୍ୱାଳ, ସ୍ଵର୍ଣ୍ଣଲତା ଜେନା, ମନୋରଞ୍ଜନ ସୁନ୍ଦର ରାୟ, ସଞ୍ଜୟ କୁମାର ପ୍ରଧାନ, ରୋଜାଲିନ ପଣ୍ଡା, ତାରାପ୍ରସାଦ ଦାସ, ଶିବାନନ୍ଦ ପାଢ଼ୀ, କୃଷ୍ଣ ଚନ୍ଦ୍ର ସାହୂ, ସଂଯୁକ୍ତା ମାଝୀ ପ୍ରମୁଖ ବଡଦାଣ୍ଡ ଓ ବିବିର୍ଣ୍ଣ ସାହି ଗଳିରୁ ପ୍ଲାଷ୍ଟିକ, ବର୍ଜ୍ୟବସ୍ତୁ, ପଲଥିନ ସଂଗ୍ରହ କରିଥିଲେ l ଏହି କାର୍ଯ୍ୟକ୍ରମ ଅକ୍ଟବର 1ରୁ ଅକ୍ଟବର 31ତାରିକ ପର୍ଯ୍ୟନ୍ତ ଚାଲିବ l ଏହି ଦିନ ମଧ୍ୟରେ ଜିଲ୍ଲାର ବିବିର୍ଣ୍ଣ ବ୍ଲକ ଅଂଚଳରେ ବିବିର୍ଣ୍ଣ କ୍ଳବ, ସମର ଶିକ୍ଷାର୍ଥୀ ବାହିନୀ,ଓ ଜନପ୍ରଥୀନିଧି ମାନଙ୍କ ସହଯୋଗରେ 11000କିଲୋ ପ୍ଲାଷ୍ଟିକ ପଲଥିନ ସଂଗ୍ରହ କରାଯାଇ ତାହାକୁ ନଷ୍ଟ କରାଯିବାର ଲକ୍ଷ୍ୟ ରହିଛି ବୋଲି ପୁରୀ ସଂଯୋଜକ ଜୟଶଙ୍କର ଯୋଶୀ ସୂଚନା ଦେଇଛନ୍ତି l

ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.