” ସ୍ୱଚ୍ଛ ଭାରତ” ନିମନ୍ତେ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ବୈଠକ

0 17

ଖୋର୍ଦ୍ଧା : ଆଯାଦିର ଅମୃତ ମହୋତ୍ସବ ଉପଲକ୍ଷେ ” ସ୍ୱଚ୍ଛ ଭାରତ” ନିମନ୍ତେ ନେହେରୁ ଯୁବକେନ୍ଦ୍ର ଖୋର୍ଦ୍ଧା ପକ୍ଷରୁ ଏକ ବୈଠକ ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି।ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦିଗନ୍ତ ରାଉତରାୟ ଏହି ବୈଠକରେ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କହିଥିଲେ।ନେହେରୁ ଯୁବ କେନ୍ଦ୍ର ଖୋର୍ଦ୍ଧାର ଯୁବ ସଂଯୋଜକ ଶ୍ରୀ ବିପିନ୍ କୁମାର ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।ଅକ୍ଟୋବର ୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ହେବ।ଏହି ସମୟରେ ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ କରାଯିବ।ଗ୍ରାମ ଓ ସହର ପରିଷ୍କାର ରଖାଯିବ।ସମଗ୍ର ଦେଶରେ ଏହି କାର୍ଯ୍ୟକ୍ରମ ହେବ। ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଦୂର କରି ପରିବେଶ ପରିଷ୍କାର ଓ ସ୍ୱଚ୍ଛ ରଖାଯିବ।ଗ୍ରାମାଞ୍ଚଳ ଓ ସହରମାନଙ୍କରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ କରାଯିବ।ଏଥିପାଇଁ ନେହେରୁ ଯୁବ କେନ୍ଦ୍ର ତରଫରୁ ସ୍ବଚ୍ଛତା ସଚେତନ କାର୍ଯ୍ୟକ୍ରମ ଅକ୍ଟୋବର ୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ହେବ ।

ଖୋର୍ଦ୍ଧା ଜିଲ୍ଲାର ୧୦ ଟି ବ୍ଲକ୍ ରେ ପ୍ରତି ବ୍ଲକରେ ଗୋଟିଏ ଦିନ ହିସାବରେ ୧୦ ଦିନ ,ମୁନିସିପାଲିଟି ( ପୌରାଞ୍ଚଳ) ରେ ୨ ଦିନ ସ୍ୱଚ୍ଛ ସଚେତନ କାର୍ଯ୍ୟକ୍ରମ କରାଯିବ ବୋଲି ଆଲୋଚନା ହୋଇଥିଲା।ଗ୍ରାମାଞ୍ଚଳରେ ଏହି କାର୍ଯ୍ୟକ୍ରମରେ ଯୁବକ ସଂଘ ଓ କ୍ଳବ,ସ୍ୱୟଂ ସହାୟକ ଗୋଷ୍ଠୀ,ମହିଳା ସଂଘ ସାମିଲ୍ ହେବେ।ସେମାନେ ଘରକୁ ଘର ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ କରି ଲୋକମାନଙ୍କୁ ସଚେତନ କରିବେ।ସହରାଞ୍ଚଳରେ ମୁନିସିପାଲିଟି , ଏନ ଏସି,ଶିକ୍ଷାନୁଷ୍ଠାନ , ଏନଏସ୍ଏସ୍ ସ୍ବେଚ୍ଛାସେବୀ,ସ୍ବେଚ୍ଛାସେବୀ ସଂଗଠନ ,ରୋଟାରୀ କ୍ଲବ, ରାୟନସ୍ କ୍ଲବ୍,ରେଡ୍ କ୍ରସ୍ ଏବଂ ପ୍ରଶାସନ ଏହି କାର୍ଯ୍ୟକ୍ରମରେ ସଂପୃକ୍ତ ହେବେ।ଗ୍ରାମାଞ୍ଚଳ ଓ ସହରାଞ୍ଚଳରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ କରି ସେସବୁକୁ ନଷ୍ଟ କରାଯିବ।ବସ୍ ଷ୍ଟାଣ୍ଡ,ରେଳ ଷ୍ଟେସନ ,ପର୍ଯ୍ୟଟନ ସ୍ଥଳ,ଶିକ୍ଷାନୁଷ୍ଠାନ ,ଧାର୍ମିକ ଅନୁଷ୍ଠାନ ,ଡାକ୍ତରଖାନା ଆଦି ସ୍ଥାନରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ କରାଯିବ।ବିଭିନ୍ନ ସଂସ୍ଥା ଏବଂ ଏନ୍. ଜି. ଓ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ।ଏହି ସ୍ବଚ୍ଛତା ସଚେତନ ଅଭିଯାନ ଆସନ୍ତା କାଲି ଅକ୍ଟୋବର ୧ ତାରିଖରୁ ଭୁବନେଶ୍ୱର ୧ ନମ୍ୱର୍ ମାର୍କେଟ ନିକଟରୁ ଆରମ୍ଭ କରାଯିବ ବୋଲି ନେହେରୁ ଯୁବ କେନ୍ଦ୍ର ସଂଯୋଜକ ଶ୍ରୀ ବିପିନ୍ କୁମାର କହିଛନ୍ତି।ଆଜି ଅନୁଷ୍ଠିତ ହୋଇଥିବା ବୈଠକ ରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ,ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ଶ୍ରୀ ଶକ୍ତିକାନ୍ତ ରାୟ କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ।ଅଧିକ୍ଷଣ ଯନ୍ତ୍ରୀ,ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଶ୍ରୀ ବିଜୟାନନ୍ଦ ସାହୁ,ବିଭିନ୍ନ ବ୍ଲକ୍ ର ବି. ଡି. ଓ,ଏନ୍.ଏସ୍.ଏସ୍ ପ୍ରୋଗ୍ରାମ ଅଫିସର ଏବଂ ବିଭିନ୍ନ ବିଭାଗର ଅଧିକାରୀ ଏହି ବୈଠକରେ ଯୋଗ ଦେଇଥିଲେ।

ଖୋର୍ଦ୍ଧା ଇପିଏ ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.