ସ୍ୱର୍ଗତ କଃ.ଏନ୍.ସିମାଞ୍ଚଳ ରେଡ୍ଡିଙ୍କ ୧୧ତମ ଶ୍ରାଦ୍ଧଦିବସ ପାଳିତ

0 4

ଗୋପାଳପୁର ପୋର୍ଟ ସୁପରଭାଇଜରସ୍ ଏଣ୍ଡ ୱାର୍କର୍ସ ୟୁନିୟନ ଆନୁକୂଲ୍ୟରେ ପୂର୍ବତନ ସଭାପତି ତଥା ପୂର୍ବତନ ଛତ୍ରପୁର ବ୍ଲକ-ଅଧ୍ୟକ୍ଷ ସ୍ୱର୍ଗତ କଃ.ଏନ୍.ସିମାଞ୍ଚଳ ରେଡ୍ଡିଙ୍କ ୧୧ତମ ଶ୍ରାଦ୍ଧଦିବସ ବୁଧବାର ୟୁନିୟନର ସଭାପତି ପ୍ରଶାନ୍ତ ପାଟ୍ଟଯୋଶୀଙ୍କ ଅଧ୍ୟକ୍ଷତାରେ ୟୁନିୟନ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ସ୍ୱର୍ଗତ ରେଡ୍ଡୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ତାଙ୍କର ଗୁଣାବଳୀ ଓ କାର୍ଯ୍ୟ ଦକ୍ଷତା ଉପରେ ଆଲୋଚନା କରିଥିଲେ। ଆଲୋଚନା ଅବସରରେ ସ୍ୱର୍ଗତ ସାଥି ବୃନ୍ଦାବନ ପଲେଇ, ପ୍ରଭାତ ମିଶ୍ର, ପ୍ରଫେସର ଦୁର୍ଗା ପ୍ରସାଦ ନାୟକ, ମହିଳା ସମାଜ ସେବୀ ମନୋରମା ମହାପାତ୍ର, ବି. ରାଜା ରାଓ ସାଥିମାନଙ୍କ ବିୟୋଗରେ ୧ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସେପ୍ଟେମ୍ବର ୨୭ ତାରିଖ “ଭାରତ ବନ୍ଦ”କୁ ସଫଳ କରିବା ପାଇଁ ସାଥି ପ୍ରଦୀପ ସେଠୀ, ବି. ବୈରାଗୀ ରେଡ୍ଡୀ, ଯୁଗଳ ଦାଶ, ରାମେଶ୍ବର ନାୟକ, ରବି ପ୍ରଧାନ, ମାଗୁଣି ବିଷୋୟୀ, ସିକନ୍ଦର ଖାଁ, କାମଦେବ ନାହାକ, ପଙ୍କଜ ସେଠୀ, ସିଏଚ କ୍ରିଷ୍ଣା ରେଡ୍ଡୀ, ସୁଦର୍ଶନ ରାଉଳ, ଅଳକନାଥ ମିଶ୍ର, ଜି.କାନକା ରେଡ୍ଡୀ, ଶବର ଦାଶ, ଏନ୍.ତାରିଣେୟା ରେଡ୍ଡୀ ପ୍ରମୁଖ ସାଥି ଯୋଗଦେଇ ସଫଳ କରିବା ପାଇଁ ଆହ୍ୱାନ କରିଥିଲେ ।

ଛତ୍ରପୁର ଇପିଏ ରୁ କେ. ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.