




ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁମନ୍ଦିର ଠାରେ ସ୍ୱାଧିନତାର ଅମୃତମହୋତ୍ସବ ବର୍ଷ ଉପଲକ୍ଷେ ଦୀପାବଳି ପର୍ବ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ରଷ୍ଟ୍ରୀୟ ସେବିକା ସମିତି ବିଭାଗ କାର୍ଯ୍ୟବାହିକା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଆଶାଲତା ପାଣିଗ୍ରାହୀ ଓ ଶିଶୁମନ୍ଦିରର ସହ ପ୍ରଧାନଆଚାର୍ଯ୍ୟ ସନ୍ତୋଷ କୁମାର ପାଢୀ ପ୍ରଦ୍ୱୀପ ପ୍ରଜ୍ଜଳନ କରି ଶୁଭାରମ୍ଭ କରିଥିଲେ । ଏଥିରେ ସରସ୍ୱତୀ ଶିଶୁମନ୍ଦିରରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ମାଟି ଦୀପରେ ପ୍ରଜ୍ଜଳନ କରିବା ସହ ସେଥିରେ ଭାରତ ମାନଚିତ୍ର ତିଆରି କରିଥିଲେ । ଯାହାକି ଏହି କାର୍ଯ୍ୟକ୍ରମର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଶେଷରେ ଛାତ୍ରଛାତ୍ରୀଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଶିଶୁମନ୍ଦିର ପ୍ରଧାନଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ସେଥିରେ ସମସ୍ତ ଗୁରୁମା ଓ ଗୁରୁଜୀ ମାନେ ସହଯୋଗ କରିଥିଲେ ।
ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )