ସ୍ୱାଧିନତାର ଅମୃତ ମହୋତ୍ସବ ବର୍ଷ ପାଳନ ଅବସରରେ ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ମେଗା ଆଇନ ସଚେତନତା ଶିବିର ଅନୁଷ୍ଠିତ

0 59

ସ୍ୱାଧିନତାର ଅମୃତ ମହୋତ୍ସବ ବର୍ଷ ପାଳନ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ୟୁନିୟନ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନର ସଭାଗୃହରେ ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ମେଗା ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ଦୌରଜଜ୍ ସତ୍ୟପ୍ରିୟ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦ୍ୱୀପ ପ୍ରଜ୍ଜଳନ କରି ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଜଜ୍ ହେମନ୍ତ କୁମାର ସେଠୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର ଓ ପେଡପୁଟି କଲେକ୍ଟର ତପସ୍ୱୀନି ହାଁସଦା ପ୍ରମୁଖ ମଞ୍ଚାସୀନ ଥିଲେ । ଜିଲ୍ଲା ଦୌରାଜଜ୍ ଶ୍ରୀ ମିଶ୍ର ଏହି ସଚେତନତା ଶିବିର କରିବାର ଉଦ୍ଧେଶ୍ୟ ହେଉଛି ଆଇନ ଲୋକଙ୍କ ନିକଟକୁ ଯିବ । ଆଇନର ସେବା ପାଇବାକୁୁ ହେଲେ ଆମକୁ ନ୍ୟାୟାଳୟକୁ ଯିବାକୁ ପଡିବ । କିନ୍ତୁ ଯେଉଁ ମାନଙ୍କ ନିକଟରେ ସମ୍ବଳ ନାହିଁ ସେମାନଙ୍କୁ ସେହି ସେବା ଯୋଗାଇବା ହେଉଛି ଆଇନସେବା ପ୍ରାଧିକରଣର କାର୍ଯ୍ୟ ଅଟେ । ଆଇନସେବା ପ୍ରାଧିକରଣ ୪ଟି ସ୍ଥର ଯଥା-ଜାତୀୟ, ରାଜ୍ୟ, ଜିଲ୍ଲା ଓ ତାଲୁକ ସ୍ଥରରେ କାର୍ଯ୍ୟକାରୀ ହେଉଛି । ୧୯୮୭ମସିହାରେ ଆଇନସେବା ପ୍ରାଧିକରଣ ଆରମ୍ଭ ହୋଇଥିଲା କିନ୍ତୁ ୧୯୯୬-୯୭ ଏହାର ଗତି ବଢିଲା ଏବଂ ଆଜି ତାର ସ୍ୱରୂପ ବଢିିଯାଇଛି ବୋଲି ଜିଲ୍ଲା ଦୌରାଜଜ୍ ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ । ମଞ୍ଚାସୀନ ଅତିଥିମାନେ ବର୍ତ୍ତମାନର ସମୟରେ ଅସହାୟ ଲୋକଙ୍କୁ କିଭଳି ଆଇନସେବା ପ୍ରାଧିକରଣ ସହଯୋଗ କରୁଛି ସେ ବିଷୟରେ ନିଜନିଜ ବକ୍ତବ୍ୟରେ କହିଥିଲେ

। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକ ଅସହାୟ ଲୋକଙ୍କୁ କିଭଳି ଆଇନଗତ ସଚେତନତା ଓ ସହାୟତା ଯୋଗାଇ ଦିଆଯାଇଛି ତାହା ପ୍ରାଞ୍ଜଳ ଭାବେ ନିଜ ବକ୍ତବ୍ୟରେ କହିଥିଲେ । ଅତିଥି ମାନେ ୩ଶହରୁ ଉର୍ଦ୍ଧ ହିତାଧିକାରୀଙ୍କୁ ବିଭିନ୍ନ ସରକାରଙ୍କ ଯୋଜନାର ସହାୟତା ରାଶି ଓ କ୍ଷତିପୂରଣ ପ୍ରଦାନ କରିବା ସହ ଖୋଲାଯାଇଥିବା ବିଭିନ୍ନ ଷ୍ଟଲ ଗୁଡିକ ବୁଲି ଦେଖିଥିଲେ । ଏହି ସଚେତନତା ଶିବିରରେ ରେଜଷ୍ଟ୍ରାର୍ ସତ୍ୟବ୍ରତ ରାଣା, ଉପଖଣ୍ଡ ସ୍ତରୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରଟ୍ ବର୍ଷା ଶର୍ମା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଅର୍ଜିତ ଦାସ, ଶୁଭଲକ୍ଷ୍ମୀ ଦାସଙ୍କ ସମେତ, ଆଇନଜୀବି, ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗର ପଦାଧିକାରୀ ମାନେ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡାଧିକାରୀ ପ୍ରଭାକର ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ପ୍ରକଳ୍ପ ଅଧକାରୀ ଅରୁଣ କୁମାର ତ୍ରିପାଠୀ ଓ ଆଇନସେବା ପ୍ରାଧିକରଣ କର୍ମଚାରୀ ମାନେ ପରିଚାଳନା କରିଥିଲେ ।

ଗଜପତି ଜିଲ୍ଲା ରୁ ଦିଲୀପ କୁମାର ଶତପଥୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.