ସ୍ୱାଧୀନତା ର ୭୫ ବର୍ଷ ପରେ ମଧ୍ୟ ଗର୍ଭବତୀ ବୁହା ହୁଅନ୍ତି ଖଟିଆରେ

0 2

ଠାକୁରମୁଣ୍ଡା ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଭାଲିଆଡ଼ାଲ ପଞ୍ଚାୟତ ଭାଲିଆଡାଲ ଗ୍ରାମ ବେନୁଆଧର ସାହିର ଜଣେ ଗର୍ଭବତୀ ଙ୍କୁ ୩ କିମି ଖାଟିଆରେ ବୁହା ହୋଇ ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା କୁ ଅଣାଯାଇଥିବା ଜଣାପଡିଛି । ପ୍ରକାଶ ଯେ ବେନୁଆଦର ର ରାମ ପୂର୍ତ୍ତି ଙ୍କ ଗର୍ଭବତୀ ସ୍ତ୍ରୀ ସମ୍ବାରି ପୂର୍ତ୍ତି ୨୩ ବର୍ଷ ସକାଳ ୧୦ ଟା ବେଳେ ପେନ୍ ଆରମ୍ଭ ହୋଇଥିଲା । ରାମ ଫୋନ୍ ଯୋଗେ ୧୦୮ ଆମ୍ବୁଲାନ୍ସ କୁ ଫୋନ୍ କରିଥିଲେ । ମାତ୍ର ଆମ୍ବୁଲାନ୍ସ ଭାଲିଆଡାଲ୍ ରୁ ୩ କିମି ରାସ୍ତା ଅତି ଖରାପ ଥିବାରୁ ଗାଁ କୁ ଯାଇପାରି ନଥିଲା ଫଳରେ ସମ୍ବାରିକୁ ଗ୍ରାମର ରାଜେନ୍ଦ୍ର ମୁଣ୍ଡ୍ରି , ଦେବେନ୍ଦ୍ର କାଣ୍ଡାଏବୁରୁ , ବସା ତିଉ , ଉପେନ୍ଦ୍ର କୁଡ଼ାଦା , ରାମରାୟ ପୂର୍ତ୍ତି , ସୁରୁ ଟିଉ ଓ ଗ୍ରାମବାସି ମାନେ ସମ୍ବରିକୁ ଏକ ଖାତିଆରେ ବୋହି ଆଣି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ ଓ ଡାକ୍ତରଖାନା କୁ ଆଣିଥିଲେ । ତେବେ ସରକାରଙ୍କ ଗର୍ଭବତୀ , ଶିଶୁ ଓ ମା ଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ଠାରୁ ଆରମ୍ଭ କରି ମା ଗୃହ କରିଥିଲେ ମଧ୍ୟ ଏଗୁଡ଼ିକ ଅର୍ଥହୀନ ହୋଇପଡିଛି । ତେବେ ସେହିଦିନ ଅଧଗଣ୍ଠେ ପୂର୍ବରୁ ଅନ୍ୟ ଏକ ଗର୍ଭବତୀ ଙ୍କୁ ଧରି ଡାକ୍ତରଖାନା ଯାଇଥିଲେ ।

ମୟୁରଭଂଜ ଇପିଏ ରୁ ମାନଗୋବିନ୍ଦ ପାଣିଗ୍ରାହୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.