ସଡ଼କ ଦୁର୍ଘଟଣା ଓ ତଦ ଜନିତ ମୃତ୍ୟୁ କୁ ପ୍ରତିହତ ନିମନ୍ତେ ଜିଲ୍ଲାରେ କାର୍ଯ୍ୟକାରି ହେବ ଯୋଜନା ‘ରକ୍ଷକ’ l

0 14

ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ କାର୍ଯ୍ୟାଳୟ ସୁବର୍ଣ୍ଣପୁର ଙ୍କ ଆନୁକୂଲ୍ୟରେ “ରକ୍ଷକ୍” କାର୍ଯକ୍ରମ ଅନ୍ତର୍ଗତ ଫାର୍ଷ୍ଟ ରେସପୋଣ୍ଡର ଟ୍ରେନିଂ ଦୁଇ ଟି ପର୍ଯ୍ୟାୟ ଯଥା ଜିଲ୍ଲା ପରିବହନ କାର୍ଯ୍ୟାଳୟ ଓ ଜିଲ୍ଲା ସଂସ୍କୃତି ଭବନ ସଭା ଗୃହରେ ରେ ଅନୁଷ୍ଠିତ ହୋଯାଇଅଛି ।
କାର୍ଯ୍ୟକ୍ରମ ରେ ପ୍ରଥମ ପର୍ଯ୍ୟାୟ ରେ ଅତିରିକ୍ତ ଜିଲ୍ଲପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ , ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଅନୁଷ୍ଠାନିକ ଉଦଘାଟନ କରିଥିଲେ l ଏହି ଅବସରରେ ଅନ୍ୟାନ୍ୟ ଅତିଥିଭାବେ ଅଶ୍ବିନୀ କୁମାର ଭୋଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ଉପ ଆରକ୍ଷୀ ଅଧିକ୍ଷକ ହେମସାଗର ନନ୍ଦ , ଉପଖଣ୍ଡ ଆରକ୍ଷୀ ଅଧିକାରୀ ପୁଷ୍ପାଞ୍ଜଳି ନିଙ୍ଗୀ ପ୍ରମୁଖ ଯୋଗଦେଇଥିଲେ ।
ଏହି ଅବସରରେ ଆୟୋଜିତ ସଭାରେ ପରିବହନ ଅଧିକାରୀ ରବିନ ପଟ୍ଟନାୟକ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ବିଷଦ ସୂଚନା ପ୍ରଦାନ କରି ସଭା କାର୍ଯ୍ୟ କୁ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଦାଶ ନିଜର ବକ୍ତବ୍ୟ ରେ ଏହି କାର୍ଯ୍ୟକ୍ରମ ଦ୍ୱାରା ନିଶ୍ଚିତ ଭାବେ ଅନେକ ମୂଲ୍ୟବାନ ଜୀବନ କୁ ବଞ୍ଚା ଯାଇପାରିବ ବୋଲି କହିବା ସହ ଆମେସମସ୍ତେ ମାନବିକତାର ପରିଚାୟକ ଭାବେ କାର୍ଯ୍ୟ କରି ଅନେକ ମୂଲ୍ୟବାନ ଜୀବନ ର ରକ୍ଷା କରିପାରିବା ସହ ଅନ୍ୟମାନଙ୍କୁ ମଧ୍ୟ ଏଥି ପ୍ରତି ଉତ୍ସାହିତ କରିବାକୁ ଗୁରୁତ୍ୱାରୋପ କରିଛନ୍ତି l ଏହା ଏକ ସାମୁହିକ ଦାୟିତ୍ୱ ଏଣୁ ଏହାର ବହୁଳ ପ୍ରଚାର ପ୍ରସାର ସାଙ୍ଗକୁ ସୁବ୍ୟବସ୍ଥିତ ଓ ସୁଚାରୁରୂପେ ସମ୍ପାଦନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ କରିଛନ୍ତି l ଏହି ପରି ପ୍ରେକ୍ଷୀରେ ପାୱାର ପଏଣ୍ଟ ମାଧ୍ୟମ ରେ କାର୍ଯ୍ୟକ୍ରମ ସଂକ୍ରାନ୍ତୀୟ ବିଷୟ ଉପରେ ଭିଡିଓ କ୍ଲିପ ପ୍ରଦର୍ଶନ କରାଯାଇଥିଲା l କାର୍ଯ୍ୟକ୍ରମ ରେ ସୁବର୍ଣ୍ଣପୁର ଜିଲ୍ଲାର ୯ ଜଣ ରାଜ୍ୟ ସ୍ତରୀୟ ଜୁନିଅର ଏବଂ ସିନିୟର୍ ରେଡକ୍ରସ ସଦସ୍ୟ ଯଥା ଶ୍ରୀ ରବି ଚନ୍ଦ୍ର ପଶାୟତ, ରୁପବନ୍ତ ପାଧାନ, ଆଶୁତୋଷ ହୋତା, ସଦାନନ୍ଦ ନାଏକ, ଆଶିଷ କୁମାର ନାଏକ, ସସ୍ମିତା ସାହୁ, ତପସ୍ଵିନୀ ଦାସ, ଚନ୍ଦ୍ର ଶେଖର ମହାପାତ୍ର, ଚନ୍ଦ୍ରମଣି ବାଗ ପ୍ରମୁଖ ଫାର୍ଷ୍ଟ ରେସ୍ପଣ୍ଡର ମାନଙ୍କୁ ଆବଶ୍ୟକୀୟ ପ୍ରାଥମିକ ଚିକିତ୍ସା ର ତାଲିମ୍ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ରେ ବିଭାଗୀୟ ଅଧିକାରୀ, ଏନ ସି ସି ଅଧିକାରୀ,ସାମ୍ବାଦିକ ତଥା ସ୍ବେଛାସେବୀ ପ୍ରମୁଖ ଅଂଶଗ୍ରହଣ କରି ତାଲିମ ଗ୍ରହଣ କରିଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.