ହରଗୌରୀ ଯାତ୍ରା ର ନିଆରା ପରମ୍ପରା l

0 6

ସମୟରେ ପତିବ୍ରତା ନାରୀ ନିଜ ସ୍ବାମୀ ଓ ପରିବାରର ସୁଖ ସମୃଦ୍ଧି ପାଇଁ ଭଗବାନଙ୍କୁ ସ୍ମରଣ କରେ ।ବର୍ଷର ଅନେକ ପୂଣ୍ୟ ତିଥିରେ ବ୍ରତ ଓପାସ କରି ସର୍ବମୟ କର୍ତ୍ତା ଇଶ୍ବରଙ୍କ ପାଖରେ ଗୁହାରୀ କରେ ।ଏଭଳି ସୁବର୍ଣ୍ଣପୁର ସହରରେ ପାଳିତ ହେଉଥିବା ଦକ୍ଷିଣ ଭାରତୀୟ ବୁଢୀମା ଠାକୁରାଣୀ ଅବା ହରଗୌରୀ ଯାତ୍ରାରେ ମହିଳାମାନେ ବ୍ରତ ପାଳନ କରିଛନ୍ତି ।ମନସ୍କାମନା ପୂରଣ ପାଇଁ ଶହ ଶହ ବିବାହିତ ମହିଳା କୁମକୁମ୍ ବ୍ରତ ପାଳନ କରିବା ସହ ହରଗୌରୀଙ୍କ ଆଗରେ ସିନ୍ଦୁରଖେଳ ପାଳନ କରିଛନ୍ତି ।
ତମାମ ଦିନ ଓପବାସ କରିଥିବା ଏଇ ମହିଳାମାନଙ୍କ ଆଗରେ ପୂଜା ଥାଳି । ପୂଜା ପାତ୍ରରେ ହଳଦୀରେ ତିଆରି ହରଗୌରୀଙ୍କ ସୁପୁତ୍ର ସିଦ୍ଧି ବିନାୟକ ଗଣେଷଙ୍କ ପ୍ରତିମା । ନିଜ ପାଇଁ ନୁହେଁ ।ବରଂ ନିଜ ପରିବାର ଓ ସ୍ବାମୀର ସୁଖ ସମୃଦ୍ଧି ପାଇଁ ଏଇ ମହିଳା ମାନଙ୍କ ଏଇ କୁମକୁମ ବ୍ରତ । ଦକ୍ଷିଣ ଭାରତୀୟ ବୁଢୀମା ଠାକୁରାଣୀ ଅବା ହରଗୌରୀ ଯାତ୍ରାରେ ଶତାଧିକ ମହିଳା ସାମିଲ ହୋଇଛନ୍ତି ଏଇ ବ୍ରତରେ ।ନିଜ ପରିବାର ,ପୁଅଝିଅଙ୍କର ମଂଗଳ ମନାସିବା ସହିତ ସ୍ବାମୀଙ୍କ ସୁଖ ସମୃଦ୍ଧି ପ୍ରାପ୍ତି ପାଇଁ ହରଗୌରୀଙ୍କ ଆଗରେ ପ୍ରାର୍ଥନା କରିଛନ୍ତି ।
ବାର୍ଷିକ ଅନ୍ତରରେ ପାଳିତ ହୋଇଥାଏ ହରଗୌରୀଙ୍କ ଯାତ୍ରା ।କୁମକୁମ ପର୍ବ ପାଳନ କରି ତମାମ ଜୀବନରେ ସୌଭାଗ୍ୟବତୀ ହେବାର ଆଶା ଓ ବିଶ୍ବାସ ରଖି ପରସ୍ପରର ଶୁଭେଛା କାମନା କରିଥାନ୍ତି ମହିଳା ବ୍ରତୀମାନେ ।କାୟ ମନୋବାକ୍ୟରେ ନିଷ୍ଠାର ସହିତ ବ୍ରତୀମାନେ ସିଦ୍ଧି ବିନାୟକଙ୍କ ପାଖରେ ଧୂପ ଦୀପ ଦେଇ ,ତେଲୁଗୁ ସ୍ତ୍ରୋତ ବୋଲି ସ୍ବତନ୍ତ୍ର ଭାବେ ତିଆରି ଦକ୍ଷିଣ ଭାରତୀୟ ନୈବେଦ୍ୟ ଅର୍ପଣ କରି ଏହି ପର୍ବ ପାଳନ କରିଛନ୍ତି ।
ଦୀର୍ଘ 10 ଦିନ ଧରି ପାଳିତ ହେଉଥିବା ହରଗୌରୀଙ୍କ ଯାତ୍ରାରେ ମହିଳାମାନଙ୍କ କୁମକୁମ ପର୍ବ ଏକ ସ୍ବତନ୍ତ୍ର ସ୍ଥାନ ରଖି ଆସିଛି ଆଜିଯାଏଁ ।ଖାଲି ସୁବର୍ଣ୍ଣପୁର ସହରର ନୁହେଁ ଏଇ ଯାତ୍ରାରେ ନିଜକୁ ସାମିଲ କରିବାକୁ ବ୍ରହ୍ମପୁର ଓ ଦକ୍ଷିଣ ଭାରତର ବିଭିନ୍ନ ଯାଗାରୁ ଆସୁଥିବା ମହିଳାମାନେ ନିଜକୁ ଏଇ କୁମକୁମ ପର୍ବରେ ସାମିଲ କରିଛନ୍ତି ।

ସୁବର୍ଣ୍ଣପୁର ଇପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.