ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀରେ ଓକିଲଙ୍କ ଆନ୍ଦୋଳନ ୩-ୟ,ପାଳିରେ

0 2

ବ୍ରହ୍ମପୁର: ବ୍ରହ୍ମପୁର ଠାରେ ହାଇକୋର୍ଟ ର ଏକ ସ୍ୱତନ୍ତ୍ର ବେଞ୍ଚ ପ୍ରତିଷ୍ଠା ଦାବୀରେ ଓକିଲ ମାନଙ୍କ ଆନ୍ଦୋଳନ ପନ୍ଥା ସତ୍ୟାଗ୍ରହ ଜାରୀ ରହିଛି । ତୃତୀୟ ପାଳି ଅର୍ଥାତ ପ୍ରତିମାସର ୩୦ତାରିଖ ଦିନଟି ସତ୍ୟାଗ୍ରହ ଭାବେ ଓକିଲ ମାନେ ନିରବୀ ଆନ୍ଦୋଳନ କରିଆସୁଛନ୍ତି । ଛତ୍ରପୁର ବାରଆସୋସିଏସନ ର ସଭାପତି ଆଡ଼ଭୋକେଟ ପ୍ରଦୀପକୁମାର ପାଢ଼ୀ ଙ୍କ ନେତ୍ତୃତ୍ୱରେ ଓକିଲମାନେ ଛତ୍ରପୁର ସିଭିଲକୋର୍ଟ ପରିସରରେ ପ୍ରତୀକ ଧାରଣାରେ ବସିଛନ୍ତି ।। ଖୁବଶୀଘ୍ର ବ୍ରହ୍ମପୁର ଠାରେ ହାଇକୋର୍ଟ ର ସ୍ୱତନ୍ତ୍ର ବେଞ୍ଚ ପ୍ରତିଷ୍ଠା କରିବା ପାଇଁ ଦକ୍ଷିଣାଞ୍ଚଳର ମୁଖ୍ୟ ବ୍ରହ୍ମପୁର ସମେତ ଜିଲ୍ଲାର ବିଭିନ୍ନ କୋର୍ଟରେ ଓକିଲ ଙ୍କ ସତ୍ୟାଗ୍ରହ ଚାଲୁରହିଥିବା ଜଣାଯାଇଛି ।

ବ୍ରହ୍ମପୁର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.