ହାତିଓଟ ଆଦର୍ଶ ବିଦ୍ୟାଳୟ ସର୍ବ ଭାରତୀୟ ସ୍ତରରେ ଦଶମ ସ୍ଥାନ ରେ

0 6

ପୋଲସରା :ଗଞ୍ଜାମ ଜିଲ୍ଲା ର ପୋଲସରା ବ୍ଳକ ଅନ୍ତର୍ଗତ ହାତିଓଟ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ସର୍ବ ଭାରତୀୟ ସ୍ତରରେ ଶିକ୍ଷାଦାନ କ୍ଷେତ୍ର ରେ ଦଶମ ସ୍ଥାନ ରେ ରହିଛି। ଏଥିପାଇଁ ମୂଖ୍ୟମନ୍ତ୍ରୀ ଟ୍ୱିଟର ଯୋଗେ ବିଦ୍ୟାଳୟ ର ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଜଣେଇବା ସହିତ ଏହା ଗର୍ବ ର ବିଷୟ ବୋଲି କହିଛନ୍ତି। ଶିକ୍ଷା ବିଶ୍ୱ ଭାରତୀୟ ବିଦ୍ୟାଳୟ ମାନ ଦ୍ୱାରା କରା ଯାଇଥିବା ସର୍ଭେ ହାତିଓଟ ବିଦ୍ୟାଳୟ ଦଶମ ସ୍ଥାନ ରେ ରହିଛି। ସଂସ୍ଥା ତରଫରୁ ୨୦୨୧/୨୦୨୨ ଆର୍ଥିକ ବର୍ଷ ପାଇଁ ୧୧.୪୫୮ ଜଣ ଶିକ୍ଷକ , ଶିକ୍ଷାବିତ , ଅଭିଭାବକ ଏବଂ ଛାତ୍ରଛାତ୍ରୀ ମାନଙ୍କ ସାକ୍ଷାତକାର କରିବା ପରେ ଏହି ସିଦ୍ଧାନ୍ତ ରେ ପହଞ୍ଚି ଥିବା ରିପୋର୍ଟ ରେ ପ୍ରକାଶ ପାଇଛି। ରିପୋର୍ଟ ପ୍ରକାଶ ପରେ ପୋଲସରା ଅଞ୍ଚଳ ର ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଆନନ୍ଦ ପ୍ରକାଶ କରିବା ସହିତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ୨୦୨୦/୨୦୨୧ ଶିକ୍ଷା ବର୍ଷ ରେ ହାତିଓଟ ଆଦର୍ଶ ବିଦ୍ୟାଳୟ ସର୍ବ ଭାରତୀୟ ସ୍ତରରେ ପଞ୍ଚମ ସ୍ଥାନରେ ଥିବା ବେଳେ ଚଳିତ ବର୍ଷ ଦଶମ ସ୍ଥାନ କୁ ଖସି ଆସିବା କାରଣରୁ ପୋଲସରା ଅଞ୍ଚଳ ର ଶିକ୍ଷାବିତ ଓ ବୁଦ୍ଧିଜୀବୀ ମାନେ ଉଦବେଗ ପ୍ରକାଶ କରିଛନ୍ତି।

ପୋଲସରା (ଗଞ୍ଜାମ) ଇପିଏ ରୁ ଅକ୍ଷାନ୍ତ କୁମାର ମିଶ୍ର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.