ହାତି କରୁଛି କୋକୁଆ ଭୟ ,ନେଲାଣି ଜୀବନ

0 5

ଯାଜପୁର ଓ କଟକ ଜିଲ୍ଲା ରେ ଏକ ବଣୁଆ ହାତି କିଛି ଦିନ ହେବ ଆତଙ୍କ ମଚାଇବା ସାଧରଣରେ ହଇ ଚଇ ସୃଷ୍ଟି କରିଛିl
ହାତି ଆକ୍ରମଣ ରେ ଜଣେ ବୃଦ୍ଧ ଲୋକ ଗୁରୁତର ହୋଇଛି , ହାତିଟିକୁ କାବୁ କରିବା ପାଇଁ ବନ ବିଭାଗ ନାକେ ଦମ ହୋଇଛି କିନ୍ତୁ ହାତି କୂ ଧରିବା ରେ ବିଫଳ ହୋଇଛି ଯାଜପୁର ଜିଲ୍ଲା ବ୍ରହ୍ମବରଦା, ବଡ଼ଚଣା, ଧର୍ମଶାଳା ଅଂଚଳ ରେ ଆତଙ୍କ ଖେଳାଇ ବଡ଼ଚଣା ସୀମାନ୍ତ କଟକ ଜିଲ୍ଲାର ମାହାଙ୍ଗା ଅଂଚଳ ରେ ପୁଣିଥରେ ଆତଙ୍କ ଖେଲାଇଛି ।
ଯାଜପୁର ଜିଲ୍ଲାର ର ବ୍ରହ୍ମବରଦା ଅଂଚଳ ରେ ଜଣେ ବୃଦ୍ଧ ବ୍ୟକ୍ତି ଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିଲା ଏବେ କଟକ ଜିଲ୍ଲାର ନିଶ୍ଚିତକୋଇଲି ଅଂଚଳ କଟିକଟା ପଂଚାୟତ ର ରାମରାଙ୍ଗ ଗ୍ରାମର ଭାଗବତ ବେହେରା ନାମକ ଙ୍କୁ କଚାଡି ମାରି ଦେଇଥିବା ଖବର ହସ୍ତଗତ ହୋଇଛି।
ହାତୀ ଟିକୁ ବନ ବିଭାଗ ଜଙ୍ଗଲ କୂ ଛାଡି ଵା ରେ ବିଫଳ ହେଉଛି । ଯାଜପୁର କଟକ ଜିଲ୍ଲାର ଲୋକ ମାନେ ଆତଙ୍କିତ ଅବସ୍ଥା ରେ ରହୁଥିବା ଜଣାପଡିଛି ।

ଯାଜପୁର ଜିଲ୍ଲା ଇପିଏ ରୁ ସୁରେଶ କର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.