ହୃତତ୍ମା ଦିବସ ଅବସରରେ ବିନିକାରେ ବିରାଟ ରକ୍ତଦାନ ଶିବିର

0 4

ସୁବର୍ଣ୍ଣପୁର: ଆତ୍ମା ଦିବସ ଅବସରରେ ରାମ ଜନ୍ନଭୂମି ମନ୍ଦିର ନିର୍ମାଣ ପାଇଁ ବଳିଦାନ ଦେଇଥିବା କର ସେବକ ମାନଙ୍କ ଆତ୍ମାର ସଦଗତି ଓ ତାଙ୍କୁ ମନେ ପକାଇବା ଉଦ୍ଦେଶ୍ୟରେ ଆଜି ବିନିକା ବଜରଙ୍ଗ ଦଳ ତରଫରୁ ସ୍ଥାନୀୟ ଟାଉନହଲ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା l ଏଥିରେ ଉଭୟ ମହିଳା ଓ ପୁରୁଷ ମିଶି ୧୧୬ଜଣ ସ୍ବେଚ୍ଛାସେବୀ ରକ୍ତଦାନ କରିଥିଲେ l ବଲାଙ୍ଗୀର ରକ୍ତଭଣ୍ଡାରରୁ ଷ୍ଟାଫ ଆସି ରକ୍ତ ସଂଗ୍ରହ କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଅଲେଖ ଘୁତା,ସମ୍ମାନିତ ଅତିଥି ଭାବେ ଜିଲ୍ଲା ସରପଞ୍ଚ ସଂଘ ସଭାପତି ଅରବିନ୍ଦ ବାରିକ,କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଧର ରଥ,ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବରିଷ୍ଠ କର୍ମକର୍ତା ଡମ୍ବରୁ ମେହେର, ବଜରଙ୍ଗଦଳ ଜିଲ୍ଲା ସଂଯୋଜକ ଜିତୁ ବଡମାଲି,ପ୍ରଖଣ୍ଡ ସଂଯୋଜକ ଅମ୍ବରିଶ ଦାଶ,ଜିଲ୍ଲା ରକ୍ତଦାତା ସଂଘ ସଭାପତି ମନୋଜ ପଣ୍ଡା,ବଜରଙ୍ଗଦଳ କାର୍ଯ୍ୟକର୍ତ୍ତା ହିମାଂଶୁ ଗର୍ତିଆ,ସୁଦର୍ଶନ ପଣ୍ଡା,ଶକୁନ ମିଶ୍ର,ସ୍ୱରୂପ ପାତ୍ର ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ l ଶିବିର ପରିଚାଳନାରେ ଫକିର ମୋହନ ଜାଲ, ଶଶାଙ୍କ ଭାଇ ,ସଚ୍ଚିଦାନନ୍ଦ ଦାଶ,ନିଲୁ,ରମେଶ,ହୃଷି,ଆଲୋକ,ଜଗା, ସୁଜନ,ଆକାଶ, ପ୍ରଦ୍ୟୁମ୍ନ,ଶାନ୍ତନୁ,ରିନ୍ତୁ, ତୋଫାନ,ବଡ଼,ଚନ୍ଦନ,କୁନାକ,ଦୀପକ,ବୁଲୁ,ପ୍ରକାଶ ପ୍ରମୁଖ ସହଯୋଗ କରିଥିଲେ l

ସୁବର୍ଣ୍ଣପୁର ଇପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.