ହୃତାତ୍ମା ଦିବସ ଅବସରରେ ବଜରଙ୍ଗ ଦଳ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ,୧୦୫ ୟୁନିଟ ରକ୍ତ ସଂଗ୍ରହ

0 7

ଅଯୋଧ୍ୟାରେ ରାମ ଜନ୍ମଭୂମି ଆନ୍ଦୋଳନରେ ବଳିଦାନ ଦେଇଥିବା ରାମଭକ୍ତଙ୍କୁ ମନେପକାଇ ସମଗ୍ର ଦେଶରେ ବଜରଙ୍ଗଦଳ ପକ୍ଷରୁ ପାଳନ ହେଉଛି ହୃତାତ୍ମା ଦିବସ । ଆଜିର ଦିନରେ କଲିକତା ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ରାମ କୋଠାରୀ ଓ ଶରତ କୋଠାରୀଙ୍କ ସମେତ ଅନେକ କର ସେବକ ରାମ ମନ୍ଦିର ନିର୍ମାଣ ଅବସରରେ ପ୍ରାଣବଳୀ ଦେଇଥିଲେ । ତେବେ ଏହି ବଳିଦାନକୁ ମନେପକାଇ ବିଶ୍ୱହିନ୍ଦୁ ପରିଷଦର ଯୁୁବବାହିନୀ ବଜରଙ୍ଗ ଦଳ ପକ୍ଷରୁ ସ୍ମୃତି ଚାରଣ କରି ସମଗ୍ର ଦେଶରେ ହୃତାତ୍ମା ଦିବସ ପାଳନ କରାଯାଉଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦର ଯୁବ ବାହିନୀ ବଜରଙ୍ଗ ଦଳ ତରଫରୁ ବ୍ରହ୍ମପୁର ରକ୍ତଭଣ୍ଡାର ପରିସରରେ ଏକ ରକ୍ତଦାନ ଶିବିରର ଆୟୋଜିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ସଂଯୋଜକ ଏନ. ବାଲାକ୍ରିଷ୍ଣା ରେଡ୍ଡୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବରକୁ ଜିଲ୍ଲା ସହ-ସଂଯୋଜକ ଶିବଦତ୍ତ କୁମାର ଦାସ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱହିନ୍ଦୁ ପରିଷର ଗଞ୍ଜାମ ଜିଲ୍ଲା ସଭାପତି ଡା. ଭବାନୀ ଶଙ୍କର ଦାସ , ଉପସଭାପତି ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା , ଜିଲ୍ଲା ସଂପାଦକ ଗୋପାଳ କୃଷ୍ଣ ସ୍ୱାଇଁ , ନଗର ସଭାପତି ଡି. ପ୍ରସାଦ ରାଓ , ସତସଙ୍ଗ ପ୍ରମୁଖ ଲଳିତ ମୋହନ ସେଠୀ , ଅମ୍ବୁଜା ସାହୁ , ଏନ. ସୁରେଶ ରେଡ୍ଡୀ , ବାଲାକ୍ରିଷ୍ଣ ଦାସ , ଶଙ୍କର ରେଡ୍ଡୀ , କିରଣ ଲେଙ୍କା , ରାଜେସ ପାତ୍ର , ବିଘ୍ନରାଜ ପଣ୍ଡା , ଶଙ୍କର ଚୌହାନଙ୍କ ସମେତ ବଜରଙ୍ଗ ଦଳର ଶତାଧିକ କାର୍ଯ୍ୟକର୍ତ୍ତା ଓ ବିଭିନ୍ନ ବିଭାଗ ଓ ପ୍ରାନ୍ତଃର ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ । ଉକ୍ତ ରକ୍ତଦାନ ଶିବିରରେ ୧୦୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।

ଗଂଜାମ ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.