ୟୁବୋଦୟ କଲେଜ୍ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ

0 5

ୟୁବୋଦୟ କଲେଜ୍ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ସକ୍‌ମା ସ୍ଥିତ ୟୁବୋଦୟ କଲେଜ୍ ଅଫ୍‌ ଆଡଭାନ୍ସଡ୍‌ ଟେକ୍ନୋଲଜି କଲେଜର ଲେଡିଜ୍‌ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତ ଛାତ୍ରୀ ଜଣଙ୍କ ହେଲେ ବରଗଡ ଜିଲ୍ଲା ଦହେତା ଗାଁର ମହିରାମ ମେହେରଙ୍କ ଝିଅ ଆଶା ମେହେର ବୋଲି ଜଣାପଡିଛି । ମଙ୍ଗଳବାର ସନ୍ଧ୍ୟାରେ ଆଶାଙ୍କ ମୃତଦେହ ହଷ୍ଟେଲ୍‌ ରୁମ୍‌ରୁ ଉଦ୍ଧାର ହୋଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ୟୁବୋଦୟ କଲେଜରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷରେ ପାଠ ପଢୁଥିବା ଆଶାଙ୍କ ହାତରେ କଟା ଦାଗ ଥିବାବେଳେ ବ୍ୟାଣ୍ଡେଜ୍‌ ଲଗା ଯାଇଥିବା ଦେଖିବାକୁ ମିଳିଛି । କଲେଜ କର୍ତ୍ତୃପକ୍ଷ ପୋଲିସକୁ ଏ ସମ୍ପର୍କରେ ଖବର ଦେବା ପରେ ପୋଲିସ ଏବଂ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିବା ବେଳେ ମୃତ ଆଶାଙ୍କ ଶବ ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ ରେ ସରି ତମେ ମାନେ ଭଲରେ ଥିବ ବୋଲି ଲେଖା ହୋଥିବା ମଧ୍ୟ ଜଣାପଡ଼ିଛି ।

ବଲାଂଗୀର ଇପିଏ ରୁ ଅଞ୍ଜୁ ପୃଷ୍ଟିଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.