୧୦୧୬ଜଣ ଆସିଷ୍ଟାଂଟ୍ ସବ୍-ଇନ୍ସପେକ୍ଟର (ଏଏସ୍ଆଇ)ଙ୍କୁ ବିଭିନ୍ନ ଜିଲ୍ଲାର ଥାନା ସମେତ ବିଭିନ୍ନ ପୋଲିସ୍ କାର୍ଯ୍ୟାଳୟରେ ନିଯୁକ୍ତି ପ୍ରଦାନ
୧୦୧୬ଜଣ ଆସିଷ୍ଟାଂଟ୍ ସବ୍-ଇନ୍ସପେକ୍ଟର (ଏଏସ୍ଆଇ)ଙ୍କୁ ବିଭିନ୍ନ ଜିଲ୍ଲାର ଥାନା ସମେତ ବିଭିନ୍ନ ପୋଲିସ୍ କାର୍ୟ୍ୟାଳୟରେ ନିଯୁକ୍ତି ପ୍ରଦାନ କରାଯାଇଛି । ଅପରାଧ ମାମଲାର ତଦନ୍ତ ଏବଂ ଆଇନ୍ ଶୃଙ୍ଖଳା ଭଳି ପରିସ୍ଥିତି ସମୟରେ ସଠିକ୍ ଭାବେ କାର୍ଯ୍ୟ କରିବାକୁ ସେମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ପ୍ରଶିକ୍ଷଣ ସମୟରେ ଅନୁଷ୍ଠିତ ହେଉଥିବା ଲିଖିତ ପରୀକ୍ଷା ଏବଂ ପରେ ଥାନା ସହିତ ସଂଲଗ୍ନ ଭଳି ପ୍ରଶିକ୍ଷଣ ସମାପ୍ତ ହେବା ପରେ ସେମାନଙ୍କୁ ଚଳିତ ମାସ ୧୫ ତାରିଖରୁ ନିଯୁକ୍ତି ପ୍ରଦାନ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ଡିସେମ୍ବର ୨୦୨୦ରେ ୧୦୯୨ଜଣ କନେଷ୍ଟବଳ/ ହାବିଲଦାର/ ଲାନ୍ସନାଏକ ପଦବୀରୁ ଆସିଷ୍ଟାଂଟ୍ ସବ୍-ଇନ୍ସପେକ୍ଟର (ଏଏସ୍ଆଇ) ପଦବୀକୁ ପଦୋନ୍ନତି ନିମନ୍ତେ ପ୍ରକାଶିତ ହୋଇଥିଲା । ଲିଖିତ ପରୀକ୍ଷା ଏବଂ ସର୍ଭିସ୍ ରେକର୍ଡ ଯାଞ୍ଚ କରାଯିବା ପରେ ସେମାନଙ୍କୁ ପଦୋନ୍ନତି ପ୍ରଦାନ କରାଯିବା ନିମନ୍ତେ ନିଷ୍ପତି ହୋଇଥିଲା ।
ସେହି କ୍ରମରେ ପଦନ୍ନୋତି ପାଇଥିବା ଏଏସ୍ଆଇଙ୍କୁ ୪ ମାସ ଇନ୍ଷ୍ଟ୍ୟିୁଚ୍ସନାଲ୍ ଟ୍ରେନିଂ ଏବଂ ୨ ମାସ ବିଭିନ୍ନ ପୋଲିସ୍ ଷ୍ଟେସନ୍ ସହିତ ସଂଲଗ୍ନ କରାଯାଇଥିଲା । ପଦୋନ୍ନତି ପାଇଥିବା ଏଏସ୍ଆଇମାନେ ଏଇଟି,କୋରାପୁଟ, ପିଟିଏସ୍,ନୟାଗଡ଼, ବିଟିଆଇ, ବୁର୍ଲା, ୟୁପି ଏବଂ ଟିଟିଆଇ, ଭୁବନେଶ୍ୱର, ପିଟିସି, ଅନୁଗୁଳ ଏବଂ ପିଟିଆଇ, ବୈରୀଠାରେ ତାଲିମ୍ ଗ୍ରହଣ କରିଥିଲେ ।
ସେମାନଙ୍କ ପ୍ରଶିକ୍ଷଣ ସମାପ୍ତ ହେବା ପରେ ସେମାନଙ୍କୁ ଏକ ଲିଖିତ ପରୀକ୍ଷାରେ କୃତକାର୍ୟ୍ୟ ହେବାର ଆବଶ୍ୟକତା ରହିଛି । ତାପରେ ସେମାନେ ଅପରାଧ ମାମଲାଗୁଡ଼ିକର ତଦନ୍ତ ନିମନ୍ତେ ସ୍ୱୀକୃତି ପାଇପାରିବେ ।
ଆଗାମୀ ଦିନରେ ସାଧାରଣ ଲୋକଙ୍କୁ ଉତମ ସେବା ଯୋଗାଇବାରେ ଏତେ ସଂଖ୍ୟକ ତଦନ୍ତକାରୀ ଅଧିକାରୀ ମୁଖ୍ୟ ଭୂମିକା ଗ୍ରହଣ କରିବେ ।
ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )