୧୮ ପଞ୍ଚାୟତ କୁ ବ୍ରହ୍ମପୁର ରେ ସାମିଲ୍ କରିବା ଓ ରାସ୍ତାଘାଟ ଅବସ୍ଥା ସୁଧାରିବା ପାଇଁ BMC କମିଶନର ଙ୍କୁ ଦାବିପତ୍ର

୨୦୦୮ ରେ ବ୍ରହ୍ମପୁର ମହାନଗର ନିଗମ ଗଠନ ସମୟରେ ସହର ତଳି ୧୮ ଟି ପଞ୍ଚାୟତ କୁ BMC ରେ ସାମିଲ୍ କରିବା ପାଇଁ ରାଜ୍ୟ ସରକାର ଗେଜେଟ୍ ନୋଟିଫିକେସନ ଜାରି କରିବା ପରେ ୧୩ ବର୍ଷ ସମୟ ଅତିବାହିତ ହୋଇ ଯାଇଛି। କିନ୍ତୁ ରାଜ୍ୟ ସରକାର ଙ୍କ ବ୍ରହ୍ମପୁର ପ୍ରତି କ୍ରମାଗତ ଅବହେଳା ର ଫଳ ସ୍ୱରୁପ ବର୍ତ୍ତମାନ ସୁଦ୍ଧା BMC ରେ ଏହି ସହର ତଳି ଅଞ୍ଚଳ ସାମିଲ୍ ହୋଇ ପାରି ନାହିଁ ଓ ଏଠି ରହୁଥିବା ପ୍ରାୟ ୩ ଲକ୍ଷ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ତେଣୁ ଏହି ଅଞ୍ଚଳ ଗୁଡ଼ିକୁ ବ୍ରହ୍ମପୁର ସହରରେ ଶୀଘ୍ର ମିଶାଇବା ପାଇଁ ଆଜି ଓଡ଼ିଶା ଡେଭଲପମଣ୍ଟ ଫୋରମ୍ ଓ ଅନ୍ୟ ସାମାଜିକ ସଂଗଠନ ର କାର୍ଯ୍ୟକର୍ତ୍ତା BMC କମିଶନର ଙ୍କୁ ଏକ ଦାବିପତ୍ର ଦେଇ ଅନୁରୋଧ କରିଛନ୍ତି।
ଏହାଛଡା ବ୍ରହ୍ମପୁରର ବିପର୍ଯ୍ୟସ୍ତ ରାସ୍ତାଘାଟ ନିର୍ମାଣ କରିବା, ପରିମଳ ସୁଧାରିବା, ଟ୍ରାଫିକ ସମସ୍ୟା ର ସମାଧାନ ପାଇଁ ଗେଟ୍ ବଜାର, ଫାଷ୍ଟ ଗେଟ ଓ କମାପଲ୍ଲୀ ଠାରେ Flyover ନିର୍ମାଣ କରିବା, ସହରର ବିଭିନ୍ନ ସ୍ଥାନରେ ଫୁଟ ଓଭର ବ୍ରିଜ ପ୍ରତିଷ୍ଠା, ପ୍ରାୟ ୬ ବର୍ଷ ଧରି ବନ୍ଦ ରହିଥିବା ରିଙ୍ଗ ରୋଡ କାମ ଶୀଘ୍ର ଆରମ୍ଭ କରାଯିବା ଓ ପ୍ରେମ୍ ନଗର ରାସ୍ତା କାମ ତୁରନ୍ତ ସମାପ୍ତ କରିବା କୁ ଅନୁରୋଧ କରାଯାଇଛି।
ସେହିପରି ଓଡ଼ିଶାର ଖାଦ୍ୟ କ୍ୟାପିଟାଲ ବ୍ରହ୍ମପୁରରେ ଫୁଡ୍ ପାର୍କ ପ୍ରତିଷ୍ଠା, ଯୁବପୀଢ଼ି କୁ ବ୍ୟବସାୟ କରିବାର ସୁବିଧା ଦେବାପାଇଁ ନୂଆଁ ମାର୍କେଟ କମ୍ପ୍ଲେକ୍ସ ଓ ଭେଣ୍ଡିଂ ଜୋନ ପ୍ରତିଷ୍ଠା କରିବାକୁ ଓଡ଼ିଶା ଡେଭଲପମଣ୍ଟ ଫୋରମ୍ ର କାର୍ଯ୍ୟକର୍ତ୍ତା ଅନୁରୋଧ କରିଥିଲେ।
ବ୍ରହ୍ମପୁର ସହରର ବିକାଶ ପାଇଁ BMC ଲଗାତାର କାମ କରୁଥିବା କଥା କମିଶନର କହିଥିବା ବେଳେ ନ୍ୟାଯ୍ୟ ଦାବି ଗୁଡ଼ିକୁ ପୂରଣ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ।
ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା ଡେଭଲପମଣ୍ଟ ଫୋରମ୍ ର ସଭାପତି ରାମ ପ୍ରସାଦ ତ୍ରିପାଠୀ, ବରିଷ୍ଠ ସଦସ୍ୟ ଲକ୍ଷ୍ମୀ ନାରାୟଣ ପାଢ଼ୀ, V ସୋମେଶ୍ୱର ରାଓ, ପ୍ରିତିଶ୍ ପାଣିଗ୍ରାହୀ, ମାନସ ରଞ୍ଜନ ପାତ୍ର, କିରଣ କୁମାର ପଣ୍ଡା, ସନ୍ତୋଷ କୁମାର ସାହୁ, ସ୍ଵରାଜ୍ୟ ସାହୁ, ନାରାୟଣ ସାହୁ, ପ୍ରଶାନ୍ତ କୁମାର ପଣ୍ଡା, ଭିକାରୀ ନାୟକ ଓ ଅନ୍ୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।
ଗଂଜାମ ଇପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )