୧.୩ କୋଟି ଟଙ୍କାର ସଂପତ୍ତି ଠାବ କଲା ଭିଜିଲାନ୍ସ

0 10

ସୁବର୍ଣ୍ଣପୁର,- ସୋନପୁର ଉପ ଜିଲ୍ଲାପାଳ ଅଫିସ୍‌ର ମୁଖ୍ୟ କିରାଣି ରମେଶ ପ୍ରସାଦ ନାଗଙ୍କ ମୋଟ ୧ କୋଟି ୩୦ ଲକ୍ଷ ଟଙ୍କାର ସଂପତ୍ତି ଠାବ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗୁରୁବାର ରମେଶଙ୍କ ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ୩ଟି ଘରେ ଏକକାଳୀନ ଚଢାଉ କରିଥିଲେ ୩ଟି ଭିଜିଲାନ୍ସ ଦଳ । ବଲାଙ୍ଗିର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ ବଳରେ ଦୁଇ ଜଣ ଡିଏସ୍‌ପି, ୩ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ଅଧିକାରୀ ଏହି ଚଢାଉରେ ସାମିଲ ଥିଲେ । ଯାଞ୍ଚ ସମୟରେ ବଲାଙ୍ଗିର ଲର୍କିପାଲିରେ ଏକ ତିନି ତଳ ଏବଂ ଏକ ତଳ ବିଶିଷ୍ଟ ଦୁଇଟି କୋଠା ଠାବ ହୋଇଥିଲା । ଏହା ସହ ସୋନପୁର ଧୁବାମୁଣ୍ଡାରେ ଗୋଟିଏ, ବଲାଙ୍ଗିରରେ ୩ଟି ପ୍ଲଟ, ଗୋଟିଏ କାର୍ ଏବଂ ଦୁଇଟି ବାଇକ୍ ଭିଜିଲାନ୍ସ ଦ୍ୱାରା ଠାବ ହୋଇଥିଲା । ଶୁକ୍ରବାର ଶ୍ରୀ ଯୁକ୍ତ ନାଗଙ୍କୁ ଗିରଫ କରି ବଲାଙ୍ଗିର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କୁ ଚାଲାଣ କରାଯାଇଛି ।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.