୨୦୦୦ ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ

0 6

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟର ୨୦୦୦ ମସିହା ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଫୁଲଚରା ଆମ୍ବବୁରିଠାରେ ଅନୁଷ୍ଠିତ ଏହି ବନ୍ଧୁମିଳନରେ ୩୨ ଜଣ ପୁର୍ବତନ ଛାତ୍ର ଯୋଗଦେଇଥିଲେ । ଏହି ଅବସରରେ ଆୟୋଜିତ ଆଲୋଚନାରେ ପୁରୁଣା ବନ୍ଧୁମାନଙ୍କ ଭିତରେ ଥିବା ସମସ୍ୟା ଓ ତାର ସମାଧାନ ପାଇଁ ବିଭିନ୍ନ ମତ ଉପସ୍ଥାପନ କରାଯାଇଥିଲା । ଅକାଳରେ ମୃତ୍ୟୁବରଣ କରିଥିବା ବନ୍ଧୁମାନଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ୧ ମିନିଟ ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି ବନ୍ଧୁମିଳନରେ ସତ୍ୟନାରାୟଣ ବାଘ, ସହଦେବ ମେହେର, ଧନେଶ୍ୱର ମେହେର, ବସନ୍ତ ଦେହୁରୀ, ପ୍ରଭଞ୍ଜନ ମଲ୍ଲିକ, ବିଷ୍ମୟ ବିଶ୍ୱାଳ, ଦେବାଶିଷ ପ୍ରଧାନ, ସୁଦାମ ଡାକୁଆ, ସଞ୍ଜୟ ନେଗୀ, ଆଶୁତୋଷ ହୋତା, ପ୍ରିୟବ୍ରତ ସାହୁ, ହିମାଂଶୁ ଖମାରୀ, ସୁବାସ ମେହେର, ବନମାଲି ମେହେର, ବାଲଗୋପାଲ ମିଶ୍ର, ସିଦ୍ଧାର୍ଥ ପୁଝାରୀ, ଆଲୋକ ମିଶ୍ର, ଆଶୁତୋଷ ସେଠୀ, ଗୋବର୍ଦ୍ଧନ ସାହୁ, ସତ୍ୟନାରାୟଣ ପୁରୋହିତ, କମ୍ଭୁ ମହାପାତ୍ର, ମଙ୍ଗୁଳୁ ସେଠୀ, ପ୍ରଭୁଦତ ମେହେର, ନବଜାତ ପଧାନ, ସୌମିତ୍ରୀ ମଲ୍ଲିକ, ଶ୍ରୀପତି ମଲ୍ଲିକ, ରବିନାରାୟଣ ପାତ୍ର, ସତ୍ୟମୋହନ ପଧାନ, ଶ୍ରୀନ୍ନିବାସ ଗାଇଗରୀଆ, ଧର୍ମରାଜ ଜଗଦଲା, ଦୁର୍ଗେଶ ପଣ୍ଡା, ନରେନ୍ଦ୍ର ହୋତା, ପ୍ରମୁଖ ଯୋଗ ଦେଇଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.