୩ଟି ଲୋକସଭା ଏବଂ ୩୦ଟି ବିଧାନସଭା ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ

0 13

ନୂଆଦିଲ୍ଲୀ:ଦେଶରେ ୩ଟି ଲୋକସଭା ଏବଂ ୩୦ଟି ବିଧାନସଭା ଆସନ ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ କରାଯାଉଛି। ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା-ନଗର ହାେଓ୍ଵଲି ଓ ଦାମନ-ଦିୟୁର ୩ଟି ଲୋକସଭା ଆସନ ନିମନ୍ତେ ଅନୁଷ୍ଠିତ ଉପନିର୍ବାଚନରେ ଭୋଟ୍‌ ଗ୍ରହଣ ଚାଲିଛି।
ସେହିଭଳି ଆନ୍ଧ୍ରପ୍ରଦେଶରେ ୧ଟି, ଆସାମରେ ୫ଟି, ବିହାରରେ ୨ଟି, ହରିୟାଣାରେ ୧ଟି, ହିମାଚଳ ପ୍ରଦେଶରେ ୩ଟି, କର୍ଣ୍ଣାଟକରେ ୨ଟି, ମଧ୍ୟପ୍ରଦେଶରେ ୩ଟି, ମହାରାଷ୍ଟ୍ରରେ ୧ଟି, ମେଘାଳୟରେ ୩ଟି, ମିଜୋରାମରେ ୧ଟ, ନାଗାଲାଣ୍ଡ୍‌ରେ ୧ଟି, ରାଜସ୍ଥାନରେ ଦୁଇଟି, ତେଲେଙ୍ଗାନାରେ ୧ଟି ଏବଂ ପଶ୍ଚିମବଙ୍ଗରେ ୪ଟି ଆସନ ପାଇଁ ଆୟୋଜିତ ବିଧାନସଭା ଉପନିର୍ବାଚନରେ ମଧ୍ୟ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର କୁଚ୍‌ବିହାରର ଦିନହନ୍ତ ଏବଂ ଉତ୍ତର ୨୪ ପ୍ରଗଣା ଅନ୍ତର୍ଗତ ଖରଦାହ୍‌ ବିଧାନସଭା ଉପନିର୍ବାଚନରେ ଭୋଟ୍‌ ଦେବା ପାଇଁ ଲୋକେ ବୁଥ୍‌ ସମ୍ମୁଖରେ ଧାଡ଼ିବାନ୍ଧିଛନ୍ତି। ମଧ୍ୟପ୍ରଦେଶର ପୃଥ୍ଵୀପୁର, ରାଇଗାଓଁ ଏବଂ ଜୋବାତ୍‌ରେ ‘ବିଜେପି’ ଏବଂ ‘କଂଗ୍ରେସ’ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ରାଜସ୍ଥାନର ଧରିଆଓ୍ଵାଡ଼ ଏବଂ ବଲ୍ଲଭନଗର ବିଧାନସଭା ଉପନିର୍ବାଚନରେ ମଧ୍ୟ ଉପରୋକ୍ତ ଦୁଇ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତ୍ୟକ୍ଷ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ମହାରାଷ୍ଟ୍ରରେ ଅନୁଷ୍ଠିତ ଏକମାତ୍ର ବିଧାନସଭା ଆସନର (ଦେଗଲୁର୍‌) ଉପନିର୍ବାଚନରେ ସମୁଦାୟ ୧୨ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନଭେମ୍ବର ୨ ତାରିଖ ଦିନ ଏ ସବୁ ଭୋଟ୍‌ ଗଣନା ଆରମ୍ଭ ହେବ।

ଇପିଏ ରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.