୩ କିମି ଷ୍ଟ୍ରେଚର ରେ ବୁହା ହେଲେ ଗର୍ଭବତୀ ମହିଳା

0 5

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଶାଗପାଲି ଗ୍ରାମରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି l ମଲଡା ନଦୀ ରେ ପୋଲ ନିର୍ମାଣ ସରିନଥିବାରୁ ୧୦୨ ଆମ୍ବୁଲାନ୍ସ ଗାଁ କୁ ଯାଇପାରିନଥିଲା ଫଳରେ ଗୁରୁତର ଗର୍ଭବତୀ ମହିଳା ୩ କିମି ଷ୍ଟ୍ରେଚର ରେ ବୁହା ହୋଇ ମେଡିକାଲ ଯାଇଥିବା ଜଣାପଡ଼ିଛି l ସନ୍ଧ୍ୟାରେ ଶାଗପାଳି ଗ୍ରାମର ନବର ମୁଣ୍ଡା ଙ୍କ ସ୍ତ୍ରୀ ସୀତା ମୁଣ୍ଡା ଙ୍କ ପ୍ରସବ ବେଦନା ହୋଇଥିଲା. ଗ୍ରାମର ଆଶା କର୍ମୀ ଉର୍ମିଳା ଆରୁକ ସୀତା ଙ୍କୁ ମେଡିକାଲ ନେବା ପାଇଁ ୧୦୨ ଆମ୍ଭୁଲାନ୍ସ କୁ ଯୋଗା ଯୋଗ କରିଥିଲେ l

ନଦୀରେ ପୋଲ କାମ ଚାଲିଥିଲେ ହେଁ କାମ ସରି ନଥିବାରୁ ଗାଁ କୁ ଆମ୍ଭୁଲାନ୍ସ ଯାଇ ପାରି ନଥିଲା ଓ ଅଧା ବାଟରେ ଅଟକି ଥିଲା ଫଳରେ ଶାଗପାଳି ଠାରୁ ସିମିନା ପଟାଳି ପର୍ଯ୍ୟନ୍ତ ୩ କିମି ଷ୍ଟ୍ରେଚର ରେ ଆଶା କର୍ମୀ ଙ୍କ ସହ ପରିବାର ଲୋକେ ବୋହି ମଲଡା ନଦୀ ପାର କରି ଆମ୍ଭୁଲାନ୍ସ ଯୋଗେ ବାଂଶପାଳ ମେଡିକାଲ ନେଇ ଭର୍ତ୍ତି କରିଛନ୍ତି l ସୀତା ମୁଣ୍ଡା ଏବେ ମେଡିକାଲ ରେ ଚିକିତ୍ସିତ ହେଉଥିବା ଜଣା ପଡିଛି l
ନୟାକୋଟ ଠାରୁ ଶାଗପାଳି କୁ ସଂଯୋଗ କରୁଥିବା ଏହି ରାସ୍ତାରେ ମଲଡା ନଦୀ ରେ ନିର୍ମାଣ ହେଉଥିବା ପୋଲ ଟି ବର୍ଷ ବର୍ଷ ଧରି କାମ ସମ୍ପୂର୍ଣ୍ଣ ହେଉନ ଥିବାରୁ ଜରୁରୀ କାଳୀନ ସମୟରେ ଆମ୍ଭୁଲାନ୍ସ ମଧ୍ୟ ଯାଇପାରୁନାହିଁ ଫଳରେ ବର୍ଷ ବର୍ଷ ଧରି ଗୁରୁତର ରୋଗୀ ମେଡିକାଲ ଯାଇନପାରି ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ପୋଲ କାମ ଶୀଘ୍ର ସାରିବାକୁ ସାଧାରଣ ରେ ଦାବି ହେଉଛି।

କେନ୍ଦୁଝର ଇପିଏ ରୁ ଶିବ ରଞ୍ଜନ ଦେ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.