୩ କୁଇଣ୍ଟାଲ ଗଂଜେଇ ଜବତ, ଆସାମୀ ଫେରାର

0 10

ସୁବର୍ଣ୍ଣପୁର : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗବଜୋର – ଲୋକାପଡା ରାସ୍ତାରୁ ଏକ ପିକଅପ୍ ଯୋଗେ ଗଞ୍ଜେଇ ଚାଲାଣ ବେଳେ ମନମୁଣ୍ଡା ପୋଲିସ କାବୁ କରିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଅପରାନ୍ହ ପ୍ରାୟ୨ ଘଣ୍ଟା ସମୟରେ ଏକ ପିକଅପ୍ ଯୋଗେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ଖବର୍ ପାଇ ମନମୁଣ୍ଡା ପୋଲିସ ଏସ. ଆଇ. ସସ୍ମିତା ମଗର ଓ ଅରୁଣ ସିଂ ସଦଳ ବଳେ ଗବଜୋର – ଲୋକାପଡା ରାସ୍ତାରେ ଛକି ବସିଥିଲେ l ପୋଲିସକୁ ଦେଖି ଗାଡି ଚାଳକ ତଥା ଚାଲାଣକାରୀ ଗାଡ଼ି ଛାଡି ଫେରାର୍ ମାରିଥିବା ବେଳେ ପୋଲିସ୍ ଗାଡି ସହ ୩ କ୍ବିଣ୍ଟାଲ ୬୦ କିଲୋଗ୍ରାମ ଗଞ୍ଜେଇ ଜବତ୍ କରିଥିଲା l ଏ ସମ୍ପର୍କରେ ମନମୁଣ୍ଡା ଥାନାରେ ଏକ ମାମଲା 157/21 ରେ ରୁଜୁ ହୋଇ ଗାଡ଼ି ଫେରାର ଗାଡି ଚାଳକ ତଥା ମାଲିକ ଝସକେତନ ବାଘଙ୍କୁ ଖୋଜୁଥିବା ଥାନା ଆଇଆଇସି ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି |

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.