୫ ଜଣ ଡ୍ରଗ୍ସ ବ୍ୟବସାୟୀ ଗିରଫ

0 9

ବେଆଇନ ଭାବେ ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ୫ ଜଣ ଡ୍ରଗ୍ସ ବ୍ୟବସାୟୀ ଗିରଫ | ପୁରୀ STF କଲା ଗିରଫ, ବଳିଆପଣ୍ଡା ଥାନାରେ ମାମଲା ରୁଜୁ | ୨୫୨ ଗ୍ରାମ ବ୍ରାଉନ ସୁଗାର ଜବତ | ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ | ଏଥିସହ ଗୋଟିଏ ବାଇକ, ଗୋଟିଏ ଇନୋଭା କାର,୧୧ ଟା ମୋବାଇଲ ଫୋନ,ଦୁଇଟି ଡେବିଟ କାର୍ଡ ଜବତ | ଅଭିଯୁକ୍ତ ମାନେ ବଳିଆପଣ୍ଡା ବାଇପାସ ରାସ୍ତାରେ ଗତକାଲି ଡ୍ରଗ୍ସ ବ୍ୟବସାୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ପୋଲିସ ଓ STF ର ମିଳିତ ଚଢ଼ାଉ କରାଯାଇ ଗିରଫ କରାଯାଇଛି |

ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.