୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜେଇ

0 14

ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଜେଇ କୃଷ୍ଣପ୍ରିୟା ମଣ୍ଡଳ ଙ୍କୁ ଲାଞ୍ଚ ନେବା ବେଳେ ଧରିଛି ବଲାଙ୍ଗୀର ଭିଜିଲାନ୍ସ। ଦିର୍ଘ ୩ ବର୍ଷ ହେଲା ଦେଓଗାଁ ବ୍ଲକ ସିକୁଆଁ ଗାଁ ର ଲିଙ୍ଗରାଜ ସାହୁ ଗାଈ ଗୁହାଳ ତିଆରି କରି କି ଫାଇନାଲ ବିଲ ପାଇଁ ଜେଇ ଙ୍କ ପାଖକୁ ଆସୁଥିଲେ। ୬୦ ହଜାର ଟଙ୍କା ବିଲ କରିବା ପାଇଁ ଦିର୍ଘ ବର୍ଷ ଧରି ଜେଇ କୃଷ୍ଣପ୍ରିୟା ତାଙ୍କୁ ହଇରାଣ କରୁଥିବା ବେଳେ ଆଜି କରିବା କାଲି କରିବା ବୋଲି କାହିକି ବାରମ୍ବାର ହଇରାଣ କରୁଥିଲେ ଜେଇ। ତେବେ ତାଙ୍କୁ କିଛି ଦେଇ ଫାଇଲ ନେଇକି ତାଙ୍କ ପାଖକୁ ଆସିବା କୁ କହିଥିଲେ ଜେଇ

। ଏ ନେଇ ପୂର୍ବ ରୁ ଲିଙ୍ଗରାଜ ଭିଜିଲାନ୍ସ ର ଦ୍ୱାରସ୍ତ ହୋଇଥିଲେ । ତେବେ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜେଇ ଙ୍କୁ ଧରିଥିଲା। ତେବେ ତାଙ୍କ ନାଁ ରେ ପୂର୍ବ ରୁ ମଧ୍ୟ ବହୁ ଅଭିଯୋଗ ହୋଇଥିବା ବେଳେ ଆଜି ଭିଜିଲାନ୍ସ ହାତରେ ପଡିଛନ୍ତି ଜେଇ। ସେପଟେ ଲିଙ୍ଗରାଜ ତାଙ୍କ ଗାଈ ଗୁହାଳ ତିଆରି କରିବା ସମୟରେ ଜେଇ କୃଷ୍ଣପ୍ରିୟା ଙ୍କ ଠାରୁ କିଛି ଟଙ୍କା ଉଧାରୀ ରେ ନେଇ ଥିଲେ ଯାହା ସେ ଫେରସ୍ତ କରିଛନ୍ତି। ତାକୁ ଲାଞ୍ଚ ନେଇଥିବା ଅଭିଯୋଗ କରି ସଫେଇ ଦେଇଥିବା ସହ ସେ ନିର୍ଦୋଷ ବୋଲି କହିଛନ୍ତି ଜେଇ କୃଷ୍ନପ୍ରିୟା।

ବଲାଙ୍ଗୀର ଜିଲ୍ଲା ରୁ ଅଞ୍ଜୁ ପୃଷ୍ଟିଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.