୬୧ତମ ରାଜ୍ୟସନ୍ତରଣ ପ୍ରତିଯୋଗିତାରେ ଗଞ୍ଜାମଜିଲ୍ଲାରୁ ୧୧ ଜଣ ଚୟନ

0 3

ଚଳିତ ୨୫ ଓ ୨୬ ସେପ୍ଟେମ୍ବର ରେ ଓଡ଼ିଶା ସୁମିଙ୍ଗ ସଂଘ ପକ୍ଷରୁ ରାଜଧାନୀ ଭୁବନେଶ୍ୱର ର କଳିଙ୍ଗ ଷ୍ଟାଡିମ ର ବିଜୁ ପଟ୍ଟନାୟକ ସୁମିଙ୍ଗ ପୁଲରେ ଆୟୋଜିତ ହେବାକୁ ଯାଉଥିବା ୬୧ତମ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ଗଞ୍ଜାମ ଜିଲା ରୁ ୧୧ ଜଣପ୍ରତିଯୋଗୀ ଜିଲ୍ଲା ଆଥିଲିଟିକ ସମ୍ପାଦକ ଅଶୋକ କୁମାର ସାହୁଙ୍କ ନେର୍ତ୍ତୃତ୍ୱରେ ଭାଗ ନେବେ ଏହି ପ୍ରତିଯୋଗୀମାନେ ହେଲେ କେମପି ସ୍ପୋର୍ଟସ ଏକାଡେମୀ ର ସିନିୟର ବର୍ଗରେ ଇ. ଲଳିତ କୁମାର ,ନୀତେଶ କୁମାର ମହାନ୍ତି, ଶିବ ପ୍ରସାଦ ଜେନା, ସୁବ୍ରନ୍ତ ପାତ୍ର, ରାଜା ଗୌଡ଼,ପ୍ରେମ କୁମାର ଦାସ, ଜିତେନ୍ଦ୍ର ଗୌଡ଼, ଓ ଗଣେଶ ମହାରଣା ଭାଗ ନେବା ବେଳେ ଜୁନିୟର ବର୍ଗରେ ବି.ବସନ୍ତ ରେଡ୍ଡୀ ସହ ସବ ଜୁନିୟର ବର୍ଗ ରେ ଦୁଖା ନାୟକ ସେହିପରି ଜୁନିୟର ପାରା ସୁମିଙ୍ଗ ଵର୍ଗ ରେ ପ୍ରୀତମ ବେହେରା ଅଂଶ ଗ୍ରହଣ କରିବେ। ଏହି ମାନେ ଆସନ୍ତା ୨୪ ତାରିଖରେ ବିଶାଖା ଏକ୍ସପ୍ରେସରେ କୋଚ୍ କେ.ମନୋଜ ପ୍ରଧାନ ଙ୍କ ସହ ପରିଚାଳକ ବାସୁ ନାୟକ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦେଉଛନ୍ତି । ସେମାନେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ। ଏହି ଖେଳାଳୀ ମାନଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା ର ସୁଅ ପହଞ୍ଚିଛି ।

ଛତ୍ରପୁର ଇପିଏ ରୁ କେ. ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.