୬୧ତମ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ଗଞ୍ଜାମଜିଲ୍ଲାରୁ ଦୁଇ ଜଣଙ୍କ ସ୍ବର୍ଣ୍ଣପଦକ

0 12

ଦୁଇ ଜଣ ସ୍ବର୍ଣ୍ଣପଦକ ଏବଂ ରୋପ୍ୟ ପଦକ ହାସ


ଓଡ଼ିଶା ସୁମିଙ୍ଗ ସଂଘ ପକ୍ଷରୁ ଆୟୋଜିତ ଭୁବନେଶ୍ୱର ସ୍ଥ କଳିଙ୍ଗ ଷ୍ଟାଡିୟମ ଠାରେ ବିଜୁ ପଟ୍ଟନାୟକ ସୁମିଙ୍ଗ ପୁଲରେ ଗତ ୨୫ ଓ ୨୬ ତାରିଖରେ ଅନୁଷ୍ଠିତ ଦୁଇ ଦିନିଆ ରାଜ୍ୟସ୍ତରୀୟ ଏହି ସନ୍ତରଣ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାରୁ ୧୧ ଜଣପ୍ରତିଯୋଗୀ ଭାଗ ନେଇଥିଲେ ।


ସେଥିରେ ପୁରୁଷ ବର୍ଗରୁ ଶୁଭ୍ରନ୍ତ ପାତ୍ର ୨୦୦ ମିଟର ବଟରଫ୍ଲାଏ , ୫୦ ମିଟର ବଟରଫ୍ଲାଏ,୧୦୦ ମିଟର ବଟରଫ୍ଲାଏ ଓ ୨୦୦ ମିଟର ପ୍ରିଷ୍ଟାଇଲ ସ୍ବର୍ଣ୍ଣ ପଦକ ପାଇଥିବା ବେଳେ ୧୦୦ ମିଟର ପ୍ରିଷ୍ଟାଇଲ ସନ୍ତରଣ କରି ରୋପ୍ୟ ପଦକ ହାସଲ କରିଛନ୍ତି । ସେହିପରି ପ୍ରୀତମ ବେହେରା ପାରା ୫୦ ମିଟର ପ୍ରିଷ୍ଟାଇଲ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଶୁଭ୍ରନ୍ତ ପାତ୍ର ରାଜ୍ୟ ପ୍ରତିଯୋଗିତାରେ ପୁରୁଷ ବର୍ଗରେ ଚମ୍ପିୟାନ ସହ ଓଭରାଲ ଚମ୍ପିୟାନ ହୋଇଛନ୍ତି। ବୋଲି କୋଚ୍ କେ. ମନୋଜ ପ୍ରଧାନ ଜଣାଇଛନ୍ତି। ଏହି ଖେଳାଳୀ ମାନଙ୍କୁ ଜିଲ୍ଲାର ଆର୍ଥଲଟିକ ସମ୍ପାଦକ ଅଶୋକ କୁମାର ସାହୁ ସମ୍ବର୍ଦ୍ଧନା ସହ ଶୁଭେଚ୍ଛା ଜଣାଇଛନ୍ତି । ତା’ ସହ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଖେଳାଳୀ ମାନଙ୍କୁ ସମ୍ବର୍ଦ୍ଧନା ସହ ଶୁଭେଚ୍ଛା ସୁଅ ଛୁଟିଛି ।

ବ୍ରହ୍ମପୁର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.