୬୨୮ ପଜିଟିଭ୍‌ଙ୍କ ମଧ୍ୟରେ ୯୬ ଜଣ ଛୁଆ

0 2

ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବର୍ଗର ୯୬ ଜଣ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୬୧ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୧ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଅନୁଗୋଳ ଜିଲ୍ଲାରୁ ୫ ଜଣ କରୋନା ପଜିଟିଜ୍ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୨, ବରଗଡ଼ରୁ ୭, ଭଦ୍ରକରୁ ୭, ବଲାଙ୍ଗିରରୁ ଜଣେ, କଟକରୁ ୭୨, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୫, ଗଜପତିରୁ ୨, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ ୩, କେନ୍ଦ୍ରାପଡ଼ାରୁ ୯, କେନ୍ଦୁଝରରୁ ୨, କୋରାପୁଟରୁ ୧୬, ମୟୂରଭଞ୍ଜରୁ ୨୨, ନୟାଗଡ଼ରୁ ୭, ପୁରୀରୁ ୯, ରାୟଗଡ଼ାରୁ ୪, ସମ୍ବଲପୁରରୁ ୮, ସୁନ୍ଦରଗଡ଼ରୁ ୨୩ ଓ ଷ୍ଟେଟ ପୁଲ୍‌ରୁ ୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ସମୁଦାୟ କରୋନା ପଜିଟିଭି ସଂଖ୍ୟା ୧୦,୧୮,୯୨୬ ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୦,୦୪,୮୪୫ଜଣ ସୁସ୍ଥ ହୋଇ ସାରିଲେଣି। ୫,୯୦୬ ଜଣ ଚିକିତ୍ସାଧୀନ ରହିଛନ୍ତି।
ଅନ୍ୟପକ୍ଷରେ କରୋନାରେ ପ୍ରାଣ ହରାଇଥିବା ଆଉ ୪ ଜଣଙ୍କ ସଂପର୍କରେ ସରକାର ତଥ୍ୟ ଦେଇଛନ୍ତି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୨୨ କୁ ବୃଦ୍ଧି ପାଇଛି। ଏହି ୪ ମୃତକଙ୍କ ମଧ୍ୟରୁ କଟକ, ଖୋର୍ଦ୍ଧା, ଭଦ୍ରକ ଓ ଜଗତସିଂହପୁରରୁ ଜଣେ ଲେଖାଏଁ ଅଛନ୍ତି। ଏହା ସହିତ କଟକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୨୩ରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧାରେ ୧୪୮୪, ଭଦ୍ରକରେ ୧୪୧ ଓ ଜଗତସିଂହପୁରରେ ୨୯୬କୁ ବୃଦ୍ଧି ପାଇଛି।

ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.