ୱାଇଜ୍ ମେନ୍ସ କ୍ଲବ ତରଫରୁ ଶୀତବସ୍ତ୍ର ଓ ରାସନ୍ ସାମଗ୍ରୀ ବଣ୍ଟନ

ବ୍ରହ୍ମପୁର : ୱାଇଜ୍ ମେନ୍ସ କ୍ଲବ ବ୍ରହ୍ମପୁର ତରଫରୁ ସୁକୁଣ୍ଡା ନିକଟସ୍ଥ ଏରଣ୍ଡା ପଲୀ ଅଞ୍ଚଳରେ ଶୀତବସ୍ତ୍ର, ରାସନ୍ ସାମଗ୍ରି ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ କୁ କ୍ଲବ ର ସଭାପତି ପି ଭେଙ୍କଟ ରାଓ ପାତ୍ର, ସମ୍ପାଦକ ରାଜ କିଶୋର ସ୍ୱାଇଁ, ପ୍ରକଳ୍ପ ଅଧକ୍ଷ ଭି ସତ୍ୟ ନାରାୟଣ କ୍ଲବ ର ବରିଷ୍ଠ ସଦସ୍ୟ ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ ସମେତ ପି ବୁଚି ବାବୁ, ଭି ରବିକୁମାର ଗୁପ୍ତା, ଇ ଜୟନ୍ତୀ ରାଓ, ନାର୍ସୁ ଜେନା, ଜେ ରାମ ଚନ୍ଦ୍ର ରାଓ, ଇଏସଭି ପ୍ରସାଦ, ବି ରାମ ପ୍ରସାଦ ସୁବୁଦ୍ଧି, ପି ପ୍ରଭାକର ରାଓ, କେ ରାମକ୍ରିଷ୍ଣା ରାଓ, ଭାଗିରଥି ପାଣିଗ୍ରାହୀ, କେ ନାଗେଶ୍ୱର୍ ରାଓ ପ୍ରମୁଖ ବହୁ ସଦସ୍ୟ ଅଂଶ ଗ୍ରହଣ କରିଥିଲେ। ଚଳିତ ବର୍ଷ କ୍ଲବ ତରଫରୁ ବହୁ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସଭାପତି ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି।
ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )